Advertisment

ଭୁବନେଶ୍ୱରରେ ‘ଯୁବରାଜ’: ଡେଲି ପିଉଛନ୍ତି ୧୩ ଲିଟର କ୍ଷୀର

ହରିଆଣା କୁରୁକ୍ଷେତ୍ରର ମଇଁଷି ଚାଷୀ ନସୀମ କଙ୍କଡ଼। ତାଙ୍କ ପାଖରେ ରହିଛି ୮୦ଟି ମଇଁଷି। କିନ୍ତୁ ପୁରୁଷ ମଇଁଷା ଯୁବରାଜଙ୍କୁ ନେଇ ସେ ଚର୍ଚ୍ଚାରେ। ଯୁବରାଜଙ୍କ ବୟସ ଏବେ ୧୦ରୁ ୧୧ ବର୍ଷ ହେବ। ଓଜନ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ।

Yuvraj Buffalo

Yuvraj Buffalo

Advertisment

ରାଜଧାନୀ ଭୁବନେଶ୍ୱରରେ ‘ଯୁବରାଜ’। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ‘ଯୁବରାଜ’ କିଏ? ‘ଯୁବରାଜ’ ହେଉଛନ୍ତି ପୁରୁଷ ମଇଁଷି। ତାଙ୍କ ଘର ହରିଆଣାରେ। ଭୁବନେଶ୍ୱରରେ ଆୟୋଜିତ ମତ୍ସ୍ୟପ୍ରାଣୀ ସମାବେଶରେ ଅତିଥି ଭାବେ ଯୋଗଦେଇଛି। ସବୁଠାରୁ ମଜାଦାର କଥା ହେଉଛି, ‘ଯୁବରାଜ’ ଡେଲି ପିଉଛନ୍ତି ୧୨ରୁ ୧୩ ଲିଟର କ୍ଷୀର।

Advertisment

ହରିଆଣା କୁରୁକ୍ଷେତ୍ରର ମଇଁଷି ଚାଷୀ ନସୀମ କଙ୍କଡ଼। ତାଙ୍କ ପାଖରେ ରହିଛି ୮୦ଟି ମଇଁଷି। କିନ୍ତୁ ପୁରୁଷ ମଇଁଷା ଯୁବରାଜଙ୍କୁ ନେଇ ସେ ଚର୍ଚ୍ଚାରେ। ଯୁବରାଜଙ୍କ ବୟସ ଏବେ ୧୦ରୁ ୧୧ ବର୍ଷ ହେବ। ଓଜନ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ। ସେ ପ୍ରତିଦିନ ଖାଉଛି ୫୦୦୦ ଟଙ୍କାର ଖାଦ୍ୟ। ପ୍ରତିଦିନ ପିଉଛି ୧୨ରୁ ୧୩ ଲିଟର ଦୁଧ। ଏହାଛଡ଼ା ଦାନା, ଚଣା ଚକ୍କଡ, ଫଳ ଓ ଅନ୍ୟାନ୍ୟ ଘାଷ ମଧ୍ୟ ଖାଉଛି। ସବୁଠାରୁ ମଜାଦାର କଥା ହେଉଛି ଯୁବରାଜ ସେଭିଂ ହେଉଛି। ଦାମୀ ବ୍ଲେଡ୍‌ରେ ତାଙ୍କ ଦେହକୁ ସେଭିଂ କରାଯାଇ ତେଲ ମାଲିସ୍‌ କରାଯାଉଛି।

ମଇଁଷି ଚାଷୀ ନସୀମ କଙ୍କଡ଼ଙ୍କ କହିବା ଅନୁସାରେ ଯୁବରାଜଙ୍କ ସିମେନ୍‌ର ଚାହିଦା ବେଶୀ ରହିଛି। ପ୍ରତି ସିମେନ୍‌ର ଦାମ ୩୦୦ ଟଙ୍କାରେ ବିକ୍ରି ହେଉଛି। ଯୁବରାଜଙ୍କ ପରି ତାଙ୍କ ପାଖରେ ଆହୁରି ୭ଟି ପୁରୁଷ ମଇଁଷି ରହିଛି। ସେଥିପାଇଁ ଏକ ସିମେନ୍‌ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି। ଯେଉଁ ଚାଷୀମାନଙ୍କର ଆବଶ୍ୟକତା ହେଉଛି, ସେମାନଙ୍କୁ ସିମେନ୍‌ ଯୋଗାଉଛନ୍ତି।

Advertisment

ଭୁବନେଶ୍ୱର ଜନତା ମୈଦାନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ମତ୍ସ୍ୟ ପ୍ରାଣୀ ସମାବେଶ। ଏଥିରେ ସାମିଲ୍‌ ହେବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଯୁବରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେଣୁ ନସୀମ ଓ ତାଙ୍କର ୬ ଜଣ କର୍ମଚାରୀଙ୍କ ପୁରୁଷ ମଇଁଷି ଯୁବରାଜଙ୍କୁ ଧରି ଭୁବନେଶ୍ୱର ଆସିଛନ୍ତି। ମତ୍ସ୍ୟ ପ୍ରାଣୀ ସମାବେଶରେ ଭାଗ ନେବ। ମଇଁଷି ଚାଷ ପ୍ରତି ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe