Advertisment

ବର୍ଷାରେ ଭିଜି ଭିଜି ଧାରଣାରେ ବସିଲେ ଜିଲ୍ଲାପରିଷଦ ସଭ୍ୟା

ଗାଁ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଶ୍ରୀମତୀ ଦାସଙ୍କ ଦାବି ପ୍ରତି ପ୍ରଶାସନ ଅଣଦେଖା କରୁଥିଲା। ଏହାରି ଭିତରେ ସକ୍ରିୟ ହୋଇଥିଲା ମୌସୁମୀ। ଗତ ୩ ଦିନ ଧରି ବର୍ଷା ଲାଗି ରହିଛି। ଯାହାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ଅନିମା ଦାସ।

Balangir

Balangir

Advertisment

ଗାଁରେ ବର୍ଷା ଛେଚୁଥିଲା। ଘରୁ ବାହାରି ହେଉନଥିଲା। ତାହାରି ଭିତରେ ବର୍ଷାରେ ଭିଜି ଭିଜି ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ ଜିଲ୍ଲାପରିଷଦ ସଭ୍ୟା। ଗରିବଙ୍କୁ ପଲିଥିନ୍‌ ଓ ପକ୍କା ଘର ଯୋଗାଇଦେବାକୁ ଦାବି କରି ସେ ଧାରଣାରେ ବସିଥିଲେ। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲ୍‌ପଡ଼ା ବ୍ଲକ୍‌ ଅଞ୍ଚଳରେ। ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବେଲ୍‌ପଡ଼ା ବିଡିଓ ଗାଁକୁ ଯାଇ ପ୍ରତିଶ୍ରୁତି ଦେବାରୁ ଜିଲ୍ଲା ପରିଷଦ ସଭ୍ୟା ଧାରଣାରୁ ଉଠିଥିବା ଜଣାପଡ଼ିଛି।

Advertisment

ବେଲପଡା ବ୍ଲକ୍‌ ବିଳାଇମରା ଏକ ଆଦିବାସୀ ଅଧ୍ୟୁଷିତ ଗାଁ। କାମଦାମ କରି ଚଳନ୍ତି। ରହିବା ପାଇଁ ଘର ଖଣ୍ଡିଏ ନାହିଁ। ଅତି ଦୟନୀୟ ଅବସ୍ଥାରେ ଲୋକମାନେ ଭଙ୍ଗା ଦଦରା ମାଟି ଘରେ ପରିବାର ନେଇ ଜୀବନ ଅତିବାହିତ କରୁଛନ୍ତି। ଦୁଇ ମାସ ତଳେ ପରିଦର୍ଶନରେ ଯାଇ ଗାଁର ବିକଳ ଚିତ୍ର ଦେଖିବାକୁ ପାଇଥିଲେ ବେଲପଡା ୨୬ ନମ୍ବର ଜିଲ୍ଲାପରିଷଦ ଅନିମା ଦାସ। ସେତେବେଳେ ସେ ଏନେଇ ସବ୍‌କଲେକ୍ଟର ଓ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଥିଲେ। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ପଲିଥିନ୍‌ ଓ ପରବର୍ତ୍ତୀ ସମୟରେ ପକ୍କା ଘର ଯୋଗାଇ ଦେବାକୁ ଦାବି କରିଥିଲେ ଶ୍ରୀମତି ଦାସ।

ଗାଁ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଶ୍ରୀମତୀ ଦାସଙ୍କ ଦାବି ପ୍ରତି ପ୍ରଶାସନ ଅଣଦେଖା କରୁଥିଲା। ଏହାରି ଭିତରେ ସକ୍ରିୟ ହୋଇଥିଲା ମୌସୁମୀ। ଗତ ୩ ଦିନ ଧରି ବର୍ଷା ଲାଗି ରହିଛି। ଯାହାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ଅନିମା ଦାସ। ଲୋକଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ସେ ଆଜି ବିଳାଇମରା ଗାଁ ମଝିରେ ଧାରଣାରେ ବସିଥିଲେ। ବର୍ଷାରେ ଭିଜି ସକାଳରୁ ଧାରଣା ବସିଥିଲେ ଶ୍ରୀମତି ଦାସ। ଯେତେ ପର୍ଯ୍ୟନ୍ତ ଗରିବ ଓ ଖଟିଖିଆଙ୍କୁ ପଲିଥିନ୍‌ ଏବଂ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ନମିଳିଛି, ସେପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ।

Advertisment

ମଧ୍ୟାହ୍ନରେ ଧୁମାଭତା ଆର୍‌ଆଇ ଗାଁରେ ପହଞ୍ଚି ଶ୍ରୀମତି ଦାସଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀମତି ଦାସ ନିଜ ଦାବି ପୁଣି ଥରେ ଉପସ୍ଥାପନ କରିଥିଲେ। ଏହା ପରେ ଧୁମାଭତା ଆର୍‌ଆଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଗାଁରେ ଘରକୁ ଘର ବୁଲି ପଲିଥିନ୍‌ ବାଣ୍ଟି ଥିଲେ। ଏହା ସତ୍ତ୍ୱେ ଶ୍ରୀମତି ଦାସ ଧାରଣାରୁ ଉଠିନଥିଲେ। ପ୍ରଶାସନିକ ଅଧିକାରୀଙ୍କଠାରୁ ପକ୍କା ଘରର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ।

ଗାଁରେ ଦାଣ୍ଡରେ ବର୍ଷାରେ ଭିଜି ୨୬ ନମ୍ବର ଜିଲ୍ଲାପରିଷଦ ଅନିମା ଦାସ ଧାରଣା ଦେଇଥିବା ଖବର ପାଇ ଅପରାହ୍ନରେ ବେଲପଡ଼ା ବିଡିଓ ଭିକ୍ଟର ସୋରେନ। ସେ ଶ୍ରୀମତି ଦାସଙ୍କ ସହିତ ଆଲୋଚନା କରିଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ପରେ ଶ୍ରୀମତି ଦାସ ଧାରଣାରୁ ଉଠିଥିବା ଜଣାପଡ଼ିଛି।

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡ଼େକ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe