Advertisment

୧୦ ଲକ୍ଷ କେନ୍ଦ୍ରୀୟ ବଳ ପାଇଁ ବାଧ୍ୟତାମୂଳକ ହୋଇପାରେ ଯୋଗ

ନୂଆଦିଲ୍ଲୀ: ଦେଶର ୧୦ ଲକ୍ଷ କେନ୍ଦ୍ରୀୟ ବଳ ପାଇଁ ଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଯୋଗକୁ କେନ୍ଦ୍ରୀୟ ବଳ ତାଙ୍କ ଦୈନିକ ଫିଜିକାଲ ଡ୍ରିଲରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ବଳକୁ ଅବଗତ କରିଛି। ଦେଶର ସୀମାରେ ନିୟୋଜିତ ଥିବା ସୀମାବଳ ଓ ବିଭିନ୍ନ ସମ୍ବେଦନଶୀଳ ରାଜ୍ୟରେ ନିୟୋଜିତ ସୈନିକ ସେମାନଙ୍କ ପ୍ରତିଦିନ ଡ୍ରିଲରେ ଯୋଗକୁ ପ୍ରାଧାନ୍ୟ ଦିଆଯିବାକୁ କେନ୍ଦ୍ରସରକାର […]

୧୦ ଲକ୍ଷ କେନ୍ଦ୍ରୀୟ ବଳ ପାଇଁ ବାଧ୍ୟତାମୂଳକ ହୋଇପାରେ ଯୋଗ

bsf

Advertisment

ନୂଆଦିଲ୍ଲୀ: ଦେଶର ୧୦ ଲକ୍ଷ କେନ୍ଦ୍ରୀୟ ବଳ ପାଇଁ ଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଯୋଗକୁ କେନ୍ଦ୍ରୀୟ ବଳ ତାଙ୍କ ଦୈନିକ ଫିଜିକାଲ ଡ୍ରିଲରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ବଳକୁ ଅବଗତ କରିଛି। ଦେଶର ସୀମାରେ ନିୟୋଜିତ ଥିବା ସୀମାବଳ ଓ ବିଭିନ୍ନ ସମ୍ବେଦନଶୀଳ ରାଜ୍ୟରେ ନିୟୋଜିତ ସୈନିକ ସେମାନଙ୍କ ପ୍ରତିଦିନ ଡ୍ରିଲରେ ଯୋଗକୁ ପ୍ରାଧାନ୍ୟ ଦିଆଯିବାକୁ କେନ୍ଦ୍ରସରକାର ଜୋର ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ କହିବା କଥାଯେ, ସିଆରପିଏଫ, ଆସାମ ରାଇଫଲ, ସିଆଏସଏଫ୍, ଆଇଟିବିପି ଫୋର୍ସ, ସଶସ୍ତ୍ର ସୀମା ବଳ, ଏନଏସଜି ଓ ବିଏସଏଫ ପରି କେନ୍ଦ୍ରୀୟ ବଳର ପ୍ରତିଦିନ ବିଭିନ୍ନ ପିଜିକାଲ ଡ୍ରିଲ କରନ୍ତି। ଏହି ଫିଜିକାଲ ଡ୍ରିଲ ବଳର ବିଭିନ୍ନ ବାଟାଲିୟନ, ଗ୍ରୁପ ସେଣ୍ଟର ଓ ବର୍ଡର ଆଉଟ ପୋଷ୍ଟ ପ୍ରତିଦିନ ହୋଇଥାଏ। ଏବେ ଯୋଗର ଗୁରୁତ୍ୱକୁ ଆଖି ଆଗରେ ରଖି ଗୃହମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ବଳର ଫିଜିକାଲ ଡ୍ରିଲରେ ଯୋଗ କରାଯିବ ବୋଲି ଜଣାପଡିଛି। କେନ୍ଦ୍ରୀୟ ବଳର ମହା ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଯୋଗକୁ ଲାଗୁ କରାଯିବ ବୋଲି ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe