Advertisment

ଶ୍ରମ ମନ୍ତ୍ରାଳୟରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଙ୍କଟ ଲଗାତର ବଢ଼ି ବଢ଼ି ଚାଲିଛି। ଗତ କିଛିଦିନ ହେଲା ପ୍ରତ୍ୟହ ହଜାର ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ସୋମବାର କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ ମଧ୍ୟ କରୋନା ନିଜ କାୟା ବିସ୍ତାର କରିସାରିଛି। ଶ୍ରମ ଶକ୍ତି ଭବନ ମନ୍ତ୍ରାଳୟରେ ୧୧ ଅଧିକାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଅନେକ କେନ୍ଦ୍ର ମନ୍ତ୍ରାଳୟର ଅଧିକାରୀଙ୍କୁ କରୋନା ଭୂତାଣୁ […]

ଶ୍ରମ ମନ୍ତ୍ରାଳୟରେ ପହଞ୍ଚିଲା କରୋନା

ministry-of-labour

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଙ୍କଟ ଲଗାତର ବଢ଼ି ବଢ଼ି ଚାଲିଛି। ଗତ କିଛିଦିନ ହେଲା ପ୍ରତ୍ୟହ ହଜାର ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ସୋମବାର କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟରେ ମଧ୍ୟ କରୋନା ନିଜ କାୟା ବିସ୍ତାର କରିସାରିଛି। ଶ୍ରମ ଶକ୍ତି ଭବନ ମନ୍ତ୍ରାଳୟରେ ୧୧ ଅଧିକାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।

Advertisment

ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଅନେକ କେନ୍ଦ୍ର ମନ୍ତ୍ରାଳୟର ଅଧିକାରୀଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିସାରିଛି। ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ଆଉ ଏବେ ଶ୍ରମ ମନ୍ତ୍ରାଳୟ ବି କରୋନା ସଂକ୍ରମିତ ହୋଇସାରିଛି। ତେବେ ନିକଟରେ ଦିଲ୍ଲୀ ମେଟ୍ରୋ, ଦିଲ୍ଲୀ ଉପରାଜ୍ୟପାଳଙ୍କ କାର‌୍ୟ୍ୟାଳୟରେ ମଧ୍ୟ କେତେଜଣ ଅଧିକାରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।ଏପଟେ ନିର୍ବାଚନ ଆୟୋଗରେ ମଧ୍ୟ କରୋନା ଏଣ୍ଚ୍ରି ମାରିଛି। ଆୟୋଗର ଇଭିଏମ୍ ଡିଭିଜନରେ କାମ କରୁଥିବା ଜଣେ ଅଧିକାରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସରକାରୀ କାର‌୍ୟ୍ୟାଳୟକୁ ଅଧିକାରୀମାନଙ୍କ ଯିବା ଆସିବା କରିବା ଲାଗି କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତଦ୍ଦନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବା, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଗହଳି ନ କରିବା, ବୈଠକ ସମୟରେ ଶାରୀରିକ ଦୂରତା ବଜାୟ ରଖିବା ଆଦି ନିୟମ ରଖାଯାଇଛି।

Advertisment

ଅନ୍ୟପଟେ ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ପ୍ରାୟ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଟପିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe