Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ବେଶ୍‌ ଧୁମଧାମର ସହ ଗଣେଶ ଚତୁର୍ଥୀ ସମଗ୍ର ଦେଶରେ ପାଳିତ ହୋଇଥିବା ବେଳେ ଗତକାଲି ଆୟୋଜିତ ହୋଇଥିଲା ମୂର୍ତ୍ତି ବିସର୍ଜନ । ତେବେ ବିସର୍ଜନ ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସାମନାକୁ ଆସିଛି। ମୁଖ୍ୟତଃ ଉତ୍ତରପ୍ରଦେଶ ଓ ହରିୟାନାରେ ବିଭନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୪ ନାବାଳକଙ୍କ ସମେତ ୧୧ ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ହରିୟାନାର ମହେନ୍ଦ୍ରଗଡ଼ ଜିଲ୍ଲାରେ […]

ଅଦ୍ୟତନ ହୋଇଛି
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଚାଲିଗଲା ୧୧ ଜୀବନ

ganesh

Advertisment

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ବେଶ୍‌ ଧୁମଧାମର ସହ ଗଣେଶ ଚତୁର୍ଥୀ ସମଗ୍ର ଦେଶରେ ପାଳିତ ହୋଇଥିବା ବେଳେ ଗତକାଲି ଆୟୋଜିତ ହୋଇଥିଲା ମୂର୍ତ୍ତି ବିସର୍ଜନ । ତେବେ ବିସର୍ଜନ ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସାମନାକୁ ଆସିଛି। ମୁଖ୍ୟତଃ ଉତ୍ତରପ୍ରଦେଶ ଓ ହରିୟାନାରେ ବିଭନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୪ ନାବାଳକଙ୍କ ସମେତ ୧୧ ଜଣ ପ୍ରାଣ ହରାଇଥିବା ଜଣାଯାଇଛି।

Advertisment

ହରିୟାନାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଏକ ୭ ଫୁଟର ମୂର୍ତ୍ତି ବିସର୍ଜନ ବେଳେ ପ୍ରାୟ ୯ ଜଣ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଡିଆରଏଫର ସହାୟତା ନିଆଯାଇ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ୪ ଯୁବକଙ୍କ ମୃତଦେହ  ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ କରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଖୁବ୍‌ ହୃଦୟ ବିଦାୟକ ବୋଲି ସେ କହିବା ସହ ଏପରି ଅସମୟରେ ମୃତକଙ୍କ ପରିବାର ସହ ରାଜ୍ୟବାସୀ ଛିଡ଼ା ହୋଇଥିବା ସେ କହିଛନ୍ତି।

Advertisment

ସେହିପରି ଗତକାଲି ମୂର୍ତ୍ତି ବିସର୍ଜନ ସମୟରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୧ ଜଣଙ୍କ ଜୀବନ ଯାଇଛି। ୟୁପିର ସନ୍ଥ କବୀର ନଗର ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ଦେଖିବାକୁ ଯାଇ ମଧ୍ୟ ୪ ନାବାଳକ ନଦୀରେ ବୁଡି ଯାଇଥିଲେ। ପୁଲିସ ମାଛଧରାଳିଙ୍କ ସହଯୋଗରେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ସେମାନଙ୍କ ବୟସ ୬ରୁ ୧୧ ବର୍ଷ ବୋଲି ଜଣାଯାଇଛି।

ଉତ୍ତରପ୍ରଦେଶର ଉନ୍ନାବ ଜିଲ୍ଲାରେ ଗତକାଲି ଗଣେଶ ବିସର୍ଜନ ଚାଲିଥିବା ବେଳେ ପାଣିର ସୁଅରେ ଭାସିଯାଇ ୨ ନାବାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି।  ସଫିପୁର ଥାନା ଅଞ୍ଚଳର ଏକ ଗାଁର ୫ ଜଣ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ପାଣିରେ ଭାସିଯାଇଥିଲେ। ସେଠାରେ ଉପସ୍ଥିତ ଲୋକ ୨ ଜଣଙ୍କର ମୃତଦେହ ପାଣିରୁ ଊଦ୍ଧାର କରିଥିଲେ। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe