Advertisment

ଆତଙ୍କବାଦୀଙ୍କ ଘୃଣ୍ୟ ଚାଲ୍‌, ସୁରକ୍ଷାକର୍ମୀଙ୍କ ୧୧ଜଣ ସମ୍ପର୍କୀୟଙ୍କୁ ଅପହରଣ କଲେଣି

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନାପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ଅପରେସନ ଚାଲିଛି। ଏଥିପାଇଁ ପୁଲିସ୍ ଓ ସେନା ଜାମ୍ମୁ-କାଶ୍ମୀର୍‌ର ଗଳି କନ୍ଦି ତନ୍ନ ତନ୍ନ କରି ଯାଞ୍ଚ୍‌ କରୁଛନ୍ତି । ହେଲେ ଆତଙ୍କବାଦୀମାନେ ସେନାର ଏହି ଉଗ୍ର ରୂପର ସାମ୍ନା କରିପାରୁ ନାହାନ୍ତି। ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ଭୀରୁ କାପୁରୁଷଙ୍କ ଭଳି ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କ ପରିବାରର ସଦସ୍ୟକୁ ଅପହରଣ କରୁଛନ୍ତି। ଆଉ ଅପହରଣ କରିସାରିବା ପରେ ଧମକପୂର୍ଣ୍ଣ […]

ଅଦ୍ୟତନ ହୋଇଛି
ଆତଙ୍କବାଦୀଙ୍କ ଘୃଣ୍ୟ ଚାଲ୍‌, ସୁରକ୍ଷାକର୍ମୀଙ୍କ ୧୧ଜଣ ସମ୍ପର୍କୀୟଙ୍କୁ ଅପହରଣ କଲେଣି

satyagrah.scroll.in

Advertisment

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନାପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ଅପରେସନ ଚାଲିଛି। ଏଥିପାଇଁ ପୁଲିସ୍ ଓ ସେନା ଜାମ୍ମୁ-କାଶ୍ମୀର୍‌ର ଗଳି କନ୍ଦି ତନ୍ନ ତନ୍ନ କରି ଯାଞ୍ଚ୍‌ କରୁଛନ୍ତି ।

Advertisment

ହେଲେ ଆତଙ୍କବାଦୀମାନେ ସେନାର ଏହି ଉଗ୍ର ରୂପର ସାମ୍ନା କରିପାରୁ ନାହାନ୍ତି। ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ଭୀରୁ କାପୁରୁଷଙ୍କ ଭଳି ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କ ପରିବାରର ସଦସ୍ୟକୁ ଅପହରଣ କରୁଛନ୍ତି। ଆଉ ଅପହରଣ କରିସାରିବା ପରେ ଧମକପୂର୍ଣ୍ଣ ଚିଠି ଦେଇ ସେନା ଓ ପୁଲିସ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।

[caption id="attachment_270021" align="aligncenter" width="846"]india today photo-india today[/caption]

Advertisment

ଗତ ତିନି ଦିନ ଭିତରେ ସୁରକ୍ଷାକର୍ମୀଙ୍କ ୧୧ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ଗତକାଲି ରାତିରେ ହିଁ ସାତ ଜଣଙ୍କୁ ଅପହରଣ କରିଛନ୍ତି ଆତଙ୍କବାଦୀ। ରାତିର ଅନ୍ଧାରର ସୁଯୋଗ ନେଇ ପୂରା ଯୋଜନାବଦ୍ଧ ଭାବେ ସୋପିଆନ୍, କୁଲ୍‌ଗାମ୍‌, ଅନନ୍ତନାଗ ଏବଂ ଅବନ୍ତୀପୁରାରୁ ପୁଲିସ୍‌ କର୍ମୀ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଅପହରଣ କରିଛନ୍ତି ଆତଙ୍କବାଦୀ।

ତ୍ରାଲ୍‌ ଅଞ୍ଚଳର ଜଣେ ପୁଲିସ୍‌ କର୍ମଚାରୀଙ୍କ ପୁଅକୁ ବୁଧବାର ଦିନ ଆତଙ୍କବାଦୀ ଉଠାଇ ନେଇଥିଲେ। ଆଉ ସେହି ଦିନଠୁ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଅପହୃତ ପୁଅକୁ ଫେରାଇ ଦେବା ପାଇଁ କୋହଭରା କଣ୍ଠରେ ସେମାନେ ଅପିଲ କରୁଛନ୍ତି।

[caption id="attachment_270022" align="aligncenter" width="870"]india tv photo credit-india tv[/caption]

ଗତ କିଛି ମାସ ଧରି ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ସେନା। ଆତଙ୍କବାଦୀଙ୍କ ଠିକଣାକୁ ଖୋଜି ବିଧ୍ୱଂସକାରୀଙ୍କୁ ନିପାତ କରିଛନ୍ତି ଯବାନ।

ଏପରିକି କିଛି ଆତଙ୍କବାଦୀଙ୍କୁ ସେମାନଙ୍କ ପରିବାରର ଲୋକେ ସାହାଯ୍ୟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆତଙ୍କବାଦୀଙ୍କ ପରିବାରଲୋକଙ୍କୁ ଗିରଫ କରିଥିଲା ପୁଲିସ। ଯାହାର ପ୍ରତିଶୋଧ ଆତଙ୍କବାଦୀମାନେ ନେଉଥିବା କୁହାଯାଉଛି।

[caption id="attachment_270028" align="aligncenter" width="846"]sena photo-india tv[/caption]

ଆତଙ୍କବାଦୀ ବୁରହାନ୍ ୱାନୀର ଏନ୍‌କାଉଣ୍ଟର ପରେ ସେନା ପକ୍ଷରୁ ଅପେରସନ୍‌ ଅଲ୍‌ଆଉଟ୍‌ ଆରମ୍ଭ ହୋଇଥିଲା। କିନ୍ତୁ ପବିତ୍ର ଇଦ୍‌ ପର୍ବ ସମୟରେ ରକ୍ତପାତ ନକରିବା ପାଇଁ ସୀମାରେ ଏହି ଅପରେସନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯଇଥିଲା। ଏହାପରେ ପୁଣିଥରେ ଅପରେସନ୍‌ 'ଅଲ୍‌ଆଉଟ୍‌' ଆରମ୍ଭ ହେବା ପରେ ଭୟରେ ଥରହର ଆତଙ୍କବାଦୀମାନେ ଏପରି ଘୃଣ୍ୟ କାମ କରୁଛନ୍ତି। ଏପଟେ କିନ୍ତୁ କାଶ୍ମୀରକୁ ନୋ ଟେରରିଷ୍ଟ୍‌ ଜୋନ୍ କରିବା ଲକ୍ଷ୍ୟରେ ସୁରକ୍ଷାବାହିନୀ ତନ୍ନ ତନ୍ନ ଯାଞ୍ଚ କରୁଛି।

[caption id="attachment_270029" align="aligncenter" width="850"]india photo-india vt[/caption]

ଏଥିମଧ୍ୟରେ ଦୁଇ ଶହ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର୍‌ କରାଯାଇସାରିଲାଣି। କାଶ୍ମୀର ଉପତ୍ୟକାରେ ଯୁବ ପିଢ଼ିକୁ ପୁଲିସ୍‌ ସେବାରୁ ଦୁରେଇ ରଖିବା ପାଇଁ ଆତଙ୍କବାଦୀ ଏପରି କରୁଥିବା ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe