/odisha-reporter/media/post_attachments/uploads/2016/03/pakistan.jpg)
pakistan
କରାଚୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ସୋମବାର ଗୁଳିବିନିମୟ ଘଟିବାରୁ ୧୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ଆତଙ୍କୀମାନେ କୋହଲ ଜିଲ୍ଲାର ନଶାଉ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ପାକିସ୍ତାନରେ ଅଚଳ ଥିବା ବେଲୁଚିସ୍ତାନ ଲିବରେସନ ଆର୍ମିର ଜମୀର ଏବଂ ବାଲୋଚ୍ ଖାନ୍ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କର ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବେଲୁଚିସ୍ତାନ ଲିବରେସନ ଆର୍ମି ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି।
Advertisment
ମୃତ ଆତଙ୍କବାଦୀଙ୍କ କ୍ୟାମ୍ପରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
