Advertisment

ଗୋଟିଏ ଡାକ୍ତରଖାନାର ୧୬ ନର୍ସ ଗର୍ଭବତୀ, ଚିନ୍ତାରେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ଆରିଜନାସ୍ଥିତ ଡିଜାଷ୍ଟର ମେଡିକାଲ ସେଣ୍ଟର ହସ୍ପିଟାଲର ଆଇସିୟୁରେ କାର୍ଯ୍ୟରତ ୧୬ ଜଣ ନର୍ସ ଏକାଥରକେ ଗର୍ଭବତୀ ହୋଇଛନ୍ତି। ଫଳରେ ପ୍ରସବ ତଥା ଗର୍ଭଧାରଣ କରିଥିବାରୁ ଏମାନେ ସମୂହ ଛୁଟିରେ ରହିବେ। ସମସ୍ତଙ୍କ ପ୍ରସବ ସମୟ ଅକ୍ଟୋବରରୁ ଜାନୁୟାରୀ ମଧ୍ୟରେ ହୋଇଥିବାରୁ ଆଇସିୟୁରେ କାର୍ଯ୍ୟ ବାଧାପ୍ରାପ୍ତ ହେବ । ମାତ୍ର ସମସ୍ତଙ୍କୁ ମ୍ୟାଟର୍ନିଟି ଛୁଟି ଦିଆଯିବ ଓ ଅନ୍ୟ ନର୍ସମାନେ ତାଙ୍କ ସ୍ଥାନରେ ନିୟୋଜିତ ହେବେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏହି କଥା […]

ଅଦ୍ୟତନ ହୋଇଛି
ଗୋଟିଏ ଡାକ୍ତରଖାନାର ୧୬ ନର୍ସ ଗର୍ଭବତୀ, ଚିନ୍ତାରେ ହସ୍ପିଟାଲ କର୍ତ୍ତୃପକ୍ଷ

pree

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ଆରିଜନାସ୍ଥିତ ଡିଜାଷ୍ଟର ମେଡିକାଲ ସେଣ୍ଟର ହସ୍ପିଟାଲର ଆଇସିୟୁରେ କାର୍ଯ୍ୟରତ ୧୬ ଜଣ ନର୍ସ ଏକାଥରକେ ଗର୍ଭବତୀ ହୋଇଛନ୍ତି। ଫଳରେ ପ୍ରସବ ତଥା ଗର୍ଭଧାରଣ କରିଥିବାରୁ ଏମାନେ ସମୂହ ଛୁଟିରେ ରହିବେ।

Advertisment

ସମସ୍ତଙ୍କ ପ୍ରସବ ସମୟ ଅକ୍ଟୋବରରୁ ଜାନୁୟାରୀ ମଧ୍ୟରେ ହୋଇଥିବାରୁ ଆଇସିୟୁରେ କାର୍ଯ୍ୟ ବାଧାପ୍ରାପ୍ତ ହେବ । ମାତ୍ର ସମସ୍ତଙ୍କୁ ମ୍ୟାଟର୍ନିଟି ଛୁଟି ଦିଆଯିବ ଓ ଅନ୍ୟ ନର୍ସମାନେ ତାଙ୍କ ସ୍ଥାନରେ ନିୟୋଜିତ ହେବେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଏହି କଥା ସାର୍ବଜନୀନ କରିବା ପାଇଁ ସମ୍ପୃକ୍ତ ନର୍ସମାନେ ହସ୍ପିଟାଲରେ ଏକ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଥିଲେ। ଯେଉଁଥିରେ ୧୬ ଜଣ ଯାକ ଗର୍ଭବତୀ ନର୍ସ ଏକାଠି ଫଟୋ ପାଇଁ ପୋଜ୍‌ ଦେଇ ନିଜ ଖୁସି ବ୍ୟକ୍ତ କରିଥିଲେ।

Advertisment

ଏକ ଫେସ୍‌ବୁକ୍‌ ଗ୍ରୁପ୍‌ ଜରିଆରେ ଭାବର ଆଦାନ ପ୍ରଦାନ କରିବା ବେଳେ ଏହି ସମସ୍ତ ନର୍ସ ଏକା ସମୟରେ ଗର୍ଭଧାରଣ କରିଥିବା କଥା ଜାଣିବାକୁ ପାଇଥିଲେ। ପରେ ସେମାନେ ଏହାକୁ ସାର୍ବଜନୀନ କରି ମାତୃତ୍ୱ ଲାଭକୁ ଏକ ଗୌରବ ବୋଲି ସମସ୍ତଙ୍କୁ ଜଣାଇବାକୁ ଏଭଳି ପଦକ୍ଷେପ ନେଇଥିଲେ। ଏପରିକି ପାଖାପାଖି ସମୟରେ ୧୬ ଜଣ ସହକର୍ମୀ ମା' ହେବାକୁ ଯାଉଥିବାରୁ ସେମାନେ ଅତ୍ୟନ୍ତ ଖୁସି ବୋଲି କହିଥିଲେ।

୮ ମାସର ଗର୍ଭବତୀ ୨୮ ବର୍ଷୀୟ ରୋସେଲ ସର୍ମନ୍‌ କହିଛନ୍ତି ଯେ, ଏହା ମୋର ପ୍ରଥମ ଗର୍ଭ। ଆଉ ଏହା ଖୁସିର ବିଷୟ ଯେ, ମୁଁ ମୋ ସହକର୍ମୀଙ୍କ ସହ ଗର୍ଭଧାରଣ କରିଛି। ଆମେ ସମସ୍ତେ ଏକା ଥରକେ ମାତୃତ୍ୱ ଲାଭ କରିବାକୁ ଯାଉଥିବାରୁ ଆହୁରି ଭଲ ଲାଗୁଛି।

ସେହିପରି ମାତ୍ର ୬ ମାସର ଭର୍ଗବତୀ ଥିବା ୨୬ ବର୍ଷୀୟ ରୋସେଲ କ୍ରାସ୍‌ଗ୍ରୀଫ୍‌ କହିଛନ୍ତି ଯେ, ଏହା ମୋ ପାଇଁ ଆନନ୍ଦର ବିଷୟ। ମୋ ପେଟରେ ଶିଶୁ କନ୍ୟାଟିଏ ରହିଛି। ଯେହେତୁ ଆମେ ସମସ୍ତେ ନର୍ସ ଓ ଆମେ ଏକାଠି ଗର୍ଭବତୀ ହୋଇଛୁ ତେଣୁ ନିଜ ନିଜର ସମସ୍ୟା ସମ୍ପର୍କରେ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ଆମେ କୁଣ୍ଠିତ ହେଉନୁ। ନିଜର ସୁବିଧା, ଅସୁବିଧା ଓ ସମସ୍ୟା ସମ୍ପର୍କରେ ଖୋଲାଖୋଲି କଥା ହୋଇପାରୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe