Advertisment

ନଦୀକୁ ଖସିଲା ବସ୍‌, ୧୭ ଜଣଙ୍କ ଜୀବନ ଗଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଖିସ୍ତିୱାର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୭ ଜଣଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ଭାରସାମ୍ୟ ହରାଇ ଚେନାବ ନଦୀରେ ଖସି ପଡ଼ିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ବସ୍‌ଟି ୨୭ ଜଣ ଯାତ୍ରୀଙ୍କୁ ନେଇ କେଶୱାନରୁ ଖିସ୍ତିୱାର ଯାଉଥିବା ବେଳେ କୁରିୟା-କେଶୱାନ୍‌ ଲିଙ୍କ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଡିଜିପି ଅଙ୍ଗ୍ରେଜ୍‌ ସିଂହ […]

ନଦୀକୁ ଖସିଲା ବସ୍‌, ୧୭ ଜଣଙ୍କ ଜୀବନ ଗଲା

asq

Advertisment

ଶ୍ରୀନଗରଜମ୍ମୁ-କଶ୍ମୀରର ଖିସ୍ତିୱାର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୭ ଜଣଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ଭାରସାମ୍ୟ ହରାଇ ଚେନାବ ନଦୀରେ ଖସି ପଡ଼ିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ବସ୍‌ଟି ୨୭ ଜଣ ଯାତ୍ରୀଙ୍କୁ ନେଇ କେଶୱାନରୁ ଖିସ୍ତିୱାର ଯାଉଥିବା ବେଳେ କୁରିୟା-କେଶୱାନ୍‌ ଲିଙ୍କ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି।

ଡିଜିପି ଅଙ୍ଗ୍ରେଜ୍‌ ସିଂହ ରାଣା କହିଛନ୍ତି, ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଛି। ବସ୍‌ଟି ନଦୀକୁ ଖସି ପଡ଼ିବା ଯୋଗୁ ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ଅନ୍ୟ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତ ୧୧ ଜଣଙ୍କୁ ହେଲିକପ୍ଟର୍‌ରେ ଜମ୍ମୁରେ ଥିବା ସରକାରୀ ମେଡିକାଲ୍‌ ଓ କଲେଜ୍‌କୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ମିଳିବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe