/odisha-reporter/media/post_attachments/uploads/2015/09/vlcsnap-2015-09-22-10h57m25s283.png)
modi
ନୂଆଦିଲ୍ଲୀ: ୧୯୬୫ ଯୁଦ୍ଧକୁ ପୁରିଛି ୫୦ବର୍ଷ। ଯୁଦ୍ଧର ସୂବର୍ଣ୍ଣ ଜୟନ୍ତୀ ଅବସରରେ ସହିଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି। ଦିଲ୍ଲୀ ଅମର ଯବାନ ଜ୍ୟୋତି ସ୍ଥଳରେ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ହେଲିକପଟର ଦ୍ୱାରା ଆକାଶ ମାର୍ଗରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପ ବୃଷ୍ଟି କରାଯାଇଥିଲା। ମୋଦି ପୂର୍ବତନ ସୈନିକମାନଙ୍କୁ ମଧ୍ୟ ଆଜି ଭେଟିଛନ୍ତି। ଏଥିସହ ଭିଜିଟର୍ସ ବୁକରେ ସହିଦଙ୍କ ଉଦ୍ଦେଶ୍ୟରେ ମୋଦି ସନ୍ଦେଶ ଲେଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏବଂ ଭାରତୀୟ ତିନି ସେନାର ମୁଖ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ୧୯୬୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା। ଏହି ଯୁଦ୍ଧରେ ମଧ୍ୟ ଦେଶ ଏହାର ଅନେକ ବୀରପୁତ୍ରଙ୍କୁ ହରାଇଥିଲା। ସୂବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
