Advertisment

ଲୋମ ଟାଙ୍କୁରା ମୁମ୍ବାଇ ବିସ୍ଫୋରଣ: ୨୪ ବର୍ଷ ପରେ ଆଉ ୬ ଦୋଷୀ ସାବ୍ୟସ୍ତ, ତାଲିକାରେ ମୋଷ୍ଟୱାଣ୍ଟେଡ଼ ଅବୁ ସାଲେମ

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ମାମଲାରେ ଅବୁ ସାଲେମଙ୍କ ସହ ୬ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଟାଡା କୋର୍ଟ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଅବୁଦୁଲ୍‌ କାଏମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ବିଭିନ୍ନ ଅପରାଧିକ ଷଡଯନ୍ତ୍ର ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହେତୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା କୋର୍ଟ କହିଛନ୍ତି। ସାଲେମ ବିରୋଧରେ ବିସ୍ପୋରଣ ପାଇଁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଅଭିଯୋଗ […]

author-image
Rakesh Mallick
ଲୋମ ଟାଙ୍କୁରା ମୁମ୍ବାଇ ବିସ୍ଫୋରଣ: ୨୪ ବର୍ଷ ପରେ ଆଉ ୬ ଦୋଷୀ ସାବ୍ୟସ୍ତ, ତାଲିକାରେ ମୋଷ୍ଟୱାଣ୍ଟେଡ଼ ଅବୁ ସାଲେମ

blast1

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ମାମଲାରେ ଅବୁ ସାଲେମଙ୍କ ସହ ୬ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଟାଡା କୋର୍ଟ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଅବୁଦୁଲ୍‌ କାଏମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ବିଭିନ୍ନ ଅପରାଧିକ ଷଡଯନ୍ତ୍ର ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହେତୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା କୋର୍ଟ କହିଛନ୍ତି। ସାଲେମ ବିରୋଧରେ ବିସ୍ପୋରଣ ପାଇଁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଅଭିଯୋଗ ରହିଛି। ସେହିପରି ଅନ୍ୟ ଅଭିଯୁକ୍ତ ମୁସ୍ତାଫା ବିରୋଧରେ ବିସ୍ଫୋରଣରେ ବ୍ୟବହୃତ ବିସ୍ପୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ଅଭିଯୋଗ ରହିଛି। ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ଘଟିଥିବା ମୁମ୍ବାଇ ସିରିଜ ବୋମା ବିସ୍ପୋରଣରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଦାଉଦ୍‌ ଇ‍ବ୍ରାହିମ ଏବେ ବି ପୋଲିସ ହାତକୁ ଆସି ପାରି ନାହିଁ। ବିସ୍ପୋରଣ ପରେ ଦାଉଦ୍‌ ପାକିସ୍ତାନ ଲୁଚି ପଳାଇ ଯାଇଛି। ୨୦୦୬ରେ ପ୍ରଥମ ଥର ପାଇଁ ଏହି ମାମଲାର ଶୁଣାଣି କରି ରାୟ ଦେଇଥିଲେ ସ୍ୱତନ୍ତ୍ର ଟାଡା ଅଦାଲତ। ସେତେବେଳେ ଏହି ମାମଲାର ଶୁଣାଣି କରି ୧୨୩ ଅଭିଯୁକ୍ତଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ଅଦାଲତ। ଏହି ୧୦୦ ଅଭିଯୁକ୍ତଙ୍କ ମଧ୍ୟରେ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଥିଲେ। ତେବେ ସେହି ସମୟରେ ଏହି ୭ ଜଣଙ୍କୁ ନେଇ କୋର୍ଟ କୌଣସି ରାୟ ଦେଇ ନଥିଲେ। ପରେ ପ୍ରର୍ତ୍ୟପଣ ଚୁକ୍ତି ଅନୁଯାୟୀ  ବିଭିନ୍ନ ଦେଶରୁ ଏହି ୭ ଅଭିଯୁକ୍ତଙ୍କୁ ଆଣିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

Advertisment