bf
ଇସଲାମାବାଦ: ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ଦୁଇ ଜଣ କର୍ମଚାରୀ ହଠାତ୍ ନିଖୋଜ ହୋଇଯାଇଛନ୍ତି। ଦୀର୍ଘ ୨ ଘଣ୍ଟା ହେଲାଣି ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନେ ଦୂତାବାସର ଆବାସିକ ଅଞ୍ଚଳରେ ରହୁଥିଲେ।
ହେଲେ ହଠାତ୍ ସେମାନେ ନଖୋଜ ହୋଇଯାଇଥିବାରୁ ଭାରତୀୟ ଦୂତାବାସଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।
ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ ସିଆଇଏସଏଫ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଡ୍ୟୁଟିରେ ଥିବା ବେଳେ ହିଁ ନିଖୋଜ ହୋଇଯାଇଛନ୍ତି। ସେମାନେ ଗାଡ଼ି ନେଇ କାମରେ ବାହାରିଥିବା ବେଳେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିବା ଖବର ମିଳିଛି। ଏବେ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଶରତ ସବ୍ରାୱାଲ କହିଛନ୍ତି, ପାକିସ୍ତାନର ଅପରାଗତା ପାଇଁ ଏଭଳି ଘଟଣା ଘଟିଛି। ଦୂତାବାସ କର୍ମଚାରୀଙ୍କ ପାଇଁ ଜାରି କୋଡ ଅଫ କଣ୍ଡକ୍ଟକୁ ପାକିସ୍ତାନ ପାଳନ କରୁ ନଥିବାରୁ ଏଭଳି ଘଟଣା ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/bf.jpg)