Advertisment

୨୫ ବର୍ଷିୟା ଯୁବତୀଙ୍କୁ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରୁଥିଲେ ୧୯ ବର୍ଷିୟା ଯୁବତୀ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ପର୍ଯ୍ୟାୟରୁ ହଟାଯିବା ପରେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଚକିତ ହେବେ। ଜଣେ ୨୫ ବର୍ଷିୟା ଯୁବତୀଙ୍କୁ ଆଉ ଜଣେ ୧୯ ବର୍ଷିୟା ଯୁବତୀ ଏକ ଅତ୍ୟାଧୁନିକ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏବେ ପୋଲିସ ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିଛି। ଧାରା ୩୭୭ ବେଆଇନ୍‌ ଘୋଷିତ ହେବା ପରେ ଦେଶରେ ଏହା ସର୍ବପ୍ରଥମ ଘଟଣା […]

ଅଦ୍ୟତନ ହୋଇଛି
୨୫ ବର୍ଷିୟା ଯୁବତୀଙ୍କୁ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରୁଥିଲେ ୧୯ ବର୍ଷିୟା ଯୁବତୀ !

1

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ପର୍ଯ୍ୟାୟରୁ ହଟାଯିବା ପରେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଚକିତ ହେବେ। ଜଣେ ୨୫ ବର୍ଷିୟା ଯୁବତୀଙ୍କୁ ଆଉ ଜଣେ ୧୯ ବର୍ଷିୟା ଯୁବତୀ ଏକ ଅତ୍ୟାଧୁନିକ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏବେ ପୋଲିସ ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିଛି।

Advertisment

ଧାରା ୩୭୭ ବେଆଇନ୍‌ ଘୋଷିତ ହେବା ପରେ ଦେଶରେ ଏହା ସର୍ବପ୍ରଥମ ଘଟଣା ବୋଲି ମଧ୍ୟ କୁହାଯାଉଛି।

ପୂରା ଘଟଣା ଏମିତି

ଘଟଣାଟି ଗତ ବର୍ଷ ସେପ୍ଟେମ୍ବର ମାସରେ ଘଟିଥିଲା। ଦିଲ୍ଲୀ ଗୁରଗାଓଁରେ ଏକ ଆଇଟି ଫାର୍ମରେ କାମ କରୁଥିବା ଶତାଦ୍ଦୀ(ଛଦ୍ମନାମ)ନାମକ ଜଣେ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ସୀମାପୁରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ରାହୁଲ, ରୋହିତ ଓ ଅନ୍ୟଜଣେ ଯୁବକ(ନାଁ ହସ୍ତଗତ ହୋଇପାରି ନାହିଁ)ଙ୍କୁ ଗିରଫ କରିଥିଲା। ହେଲେ ପୀଡିତା ଏକ ଚାଞ୍ଚଲ୍ୟକର ବୟାନ୍‌ ଦେଇଥିଲେ। ଯେଉଁଥିରେ ଏହି ଯୁବକମାନଙ୍କ ବ୍ୟତୀତ ଜଣେ ୧୯ ବର୍ଷିୟା ଯୁବତୀ ସେକ୍ସ ଟୟ୍‌ ମାଧ୍ୟମରେ ତାଙ୍କୁ ଯୌନ୍‌ ଉତ୍ପୀଡନ ଦେଇଥିଲେ ବୋଲି ସେ କହିଥିଲେ। ଏହି ଅଭିଯୋକଗୁ ଆଧାର କରି ପୁଲିସ୍‌ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe