Advertisment

୨୦ ଭାରତୀୟ ପର୍ବତାରୋହୀଙ୍କୁ ଉଦ୍ଧାର କଲା ଚୀନ

ହାଇଦ୍ରାବାଦ: ନେପାଳରେ ଭୂକଂପ ପରେ ଏଭରେଷ୍ଟର ବେସ୍ କ୍ୟାମ୍ପରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ୨୦ ଜଣ ପର୍ବତାରୋହୀ ଲହାସା ଦେଇ ଭାରତକୁ ଫେରୁଛନ୍ତି। ଗତକାଲି ସେମାନଙ୍କୁ ଚୀନ ପର୍ବତାରୋହୀ ସଂଘ (ସିଏମଏ)ର ସଦସ୍ୟମାନେ ଉଦ୍ଧାର କରିଥିଲେ। ଭୂକଂପ ଯୋଗୁ ବରଫ ଅତଡ଼ା ଖସି ନେପାଳ ଓ ଚୀନକୁ ସଂଯୋଗ କରୁଥିବା ରାଜପଥ ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଏକ କ୍ୟାମ୍ପରେ ରଖାଯାଇଥିଲା। ସେମାନେ ଶୁକ୍ରବାର ସନ୍ଧ୍ୟାରେ ଲହାସାରୁ ଭାରତରେ ପହଞ୍ଚିବେ […]

୨୦ ଭାରତୀୟ ପର୍ବତାରୋହୀଙ୍କୁ ଉଦ୍ଧାର କଲା ଚୀନ

mountainers

Advertisment

ହାଇଦ୍ରାବାଦ: ନେପାଳରେ ଭୂକଂପ ପରେ ଏଭରେଷ୍ଟର ବେସ୍ କ୍ୟାମ୍ପରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ୨୦ ଜଣ ପର୍ବତାରୋହୀ ଲହାସା ଦେଇ ଭାରତକୁ ଫେରୁଛନ୍ତି। ଗତକାଲି ସେମାନଙ୍କୁ ଚୀନ ପର୍ବତାରୋହୀ ସଂଘ (ସିଏମଏ)ର ସଦସ୍ୟମାନେ ଉଦ୍ଧାର କରିଥିଲେ। ଭୂକଂପ ଯୋଗୁ ବରଫ ଅତଡ଼ା ଖସି ନେପାଳ ଓ ଚୀନକୁ ସଂଯୋଗ କରୁଥିବା ରାଜପଥ ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଏକ କ୍ୟାମ୍ପରେ ରଖାଯାଇଥିଲା। ସେମାନେ ଶୁକ୍ରବାର ସନ୍ଧ୍ୟାରେ ଲହାସାରୁ ଭାରତରେ ପହଞ୍ଚିବେ ବୋଲି ହ୍ରାଇଦ୍ରାବାଦର ଟ୍ରାନସ୍କେଣ୍ଡ ଆଡଭେଞ୍ଚରର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ସେମାନଙ୍କୁ ବିମାନରେ ଭାରତ ଅଣାଯିବ ବୋଲି ସେ କହିଛନ୍ତି।

Advertisment

ନାଲଗୋଣ୍ଡାର ଶେଖର ବାବୁଙ୍କ ନେତୃତ୍ୱରେ ପର୍ବତାରୋହୀମାନଙ୍କର ଏହି ଟିମ୍ ଦୁନିଆର ସବୁଠୁ ଉଚ୍ଚଶୃଙ୍ଗ ଏଭରେଷ୍ଟକୁ ବିପଦଜନକ ଉତ୍ତର ଘାଟି ପାଶ୍ୱର୍ରୁ ଚଢ଼ିବାକୁ ପ୍ରସ୍ତୁତି ଚଳାଇଥିଲା। ତେବେ ଶନିବାର ଭୂକଂପରେ ବରଫ ଅତଡ଼ା ଖସିବାରୁ ସେମାନେ ଫସି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe