ଭୂସ୍ଖଳନରେ ୨୦ ମୃତ, ଅନେକ ଆହତ

ଦିସପୁର: ଆସମ ରାଜ୍ୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭୂସ୍ଖଳନ ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇଁ ତୁରନ୍ତ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଗତ କିଛିଦିନ ହେଲା ଲଗାତର ବର୍ଷା ହେବା ଫଳରେ ଦକ୍ଷିଣ ଆସାମର ଭୂସ୍ଖଳନ ହୋଇଛି। ଫଳରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ […]

assam-landslide

Pragnya Choudhury
  • Published: Tuesday, 02 June 2020
  • , Updated: 02 June 2020, 02:54 PM IST

ଦିସପୁର: ଆସମ ରାଜ୍ୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭୂସ୍ଖଳନ ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇଁ ତୁରନ୍ତ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଗତ କିଛିଦିନ ହେଲା ଲଗାତର ବର୍ଷା ହେବା ଫଳରେ ଦକ୍ଷିଣ ଆସାମର ଭୂସ୍ଖଳନ ହୋଇଛି। ଫଳରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଆସମର ବାରକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାରୁ ବୋଲି ଜଣାପଡ଼ିଛି। ତେବେ ଆହୁରି ଅନେକଙ୍କ ଏଥିରେ ପ୍ରାଣ ଯାଇଛି। ଏବେ ସୁଦ୍ଧା ଉଦ୍ଧାର କାର‌୍ୟ୍ୟ ଜାରି ରହିଥିବା ସୂଚନା ମିଳୁଛି। ମୃତକଙ୍କ ମଧ୍ୟରେ ୭ଜଣ କଛର ଜିଲ୍ଲା, ୭ ଜଣ ହଇଲାକାନ୍ଦି ଜିଲ୍ଲାରୁ ଏବଂ ୬ ଜଣ କରିମଗଞ୍ଜ ଜିଲ୍ଲାର ବୋଲି ସୂତ୍ରରୁ ଜଣାପଡ଼ିଛି।

ଏବେ ବି ଆସାମ ବନ୍ୟା ପରିସ୍ଥିତି ସହ ସଂଘର୍ଷ କରୁଥିବା ବେଳେ ସେଠାରେ ୩.୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୋଲପାରା ଜିଲ୍ଲା ବନ୍ୟା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ନାଗାଓ ଏବଂ ହୋଜାଇ ଜିଲ୍ଲାାରେ ମଧ୍ୟ ବନ୍ୟା ଖୁବ୍ କ୍ଷୟକ୍ଷତି କରିଛି। ଏବେବି ୩୪୮ଟି ଗାଁ ପାଣି ଘେରରେ ଥିବା ବେଳେ ବନ୍ୟାରେ ୬ଜଣ ପ୍ରାଣ ହରାଇଛନ୍ତି। ତେବେ ବନ୍ୟା ଯୋଗୁ ୨୭,୦୦୦ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଥିବା ଆସାମ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା ପ୍ରଧିକରଣ ପକ୍ଷରୁ ସୂଚନା ମିଳିଛି।

Related story