Advertisment

୩ ମିଟର ଘୁଞ୍ଚିଛି କାଠମାଣ୍ଡୁ, ଏଭରେଷ୍ଟର ଉଚ୍ଚତା ଅପରିବର୍ତ୍ତିତ

ସିଡନୀ: ଗତ ଶନିବାର ଘଟିଥିବା ଭୟାବହ ଭୂମିକମ୍ପରେ ନେପାଳ ଯେ କେବଳ ଧ୍ୱସ୍ତ ହୋଇଯାଇଛି ତା’ନୁହେଁ, ରାଜଧାନୀ କାଠମାଣ୍ଡୁ ଦକ୍ଷିଣଦିଗକୁ ତିନି ମିଟର ଘୁଞ୍ଚି ଯାଇଛି। କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଭୂ-ବିଜ୍ଞାନ ବିଶେଷଜ୍ଞ ଜେମ୍ସ ଜ୍ୟାକସନ୍ ଏହା କହିଛନ୍ତି। ଭୂମିକମ୍ପ ପରେ ପୃଥିବୀ ଦେଇ ଗତି କରି ଥିବା ସାଉଣ୍ଡ ୱେଭରୁ ଏହା ଜଣାପଡ଼ିଛି। ଜ୍ୟାକସନ କହିଛନ୍ତି ଯେ ଭୂମିକମ୍ପ ଯୋଗୁ କାଠମାଣ୍ଡୁ ସହର ତଳର ମାଟି ତିନି ମିଟର (୧୦ ଫୁଟ୍) ଦକ୍ଷିଣକୁ ଘୁଞ୍ଚି ଯାଇଛି। ଆଡେଲିଡ୍ […]

ଅଦ୍ୟତନ ହୋଇଛି
୩ ମିଟର ଘୁଞ୍ଚିଛି କାଠମାଣ୍ଡୁ, ଏଭରେଷ୍ଟର ଉଚ୍ଚତା ଅପରିବର୍ତ୍ତିତ

everest

Advertisment

ସିଡନୀ: ଗତ ଶନିବାର ଘଟିଥିବା ଭୟାବହ ଭୂମିକମ୍ପରେ ନେପାଳ ଯେ କେବଳ ଧ୍ୱସ୍ତ ହୋଇଯାଇଛି ତା’ନୁହେଁ, ରାଜଧାନୀ କାଠମାଣ୍ଡୁ ଦକ୍ଷିଣଦିଗକୁ ତିନି ମିଟର ଘୁଞ୍ଚି ଯାଇଛି। କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଭୂ-ବିଜ୍ଞାନ ବିଶେଷଜ୍ଞ ଜେମ୍ସ ଜ୍ୟାକସନ୍ ଏହା କହିଛନ୍ତି। ଭୂମିକମ୍ପ ପରେ ପୃଥିବୀ ଦେଇ ଗତି କରି ଥିବା ସାଉଣ୍ଡ ୱେଭରୁ ଏହା ଜଣାପଡ଼ିଛି। ଜ୍ୟାକସନ କହିଛନ୍ତି ଯେ ଭୂମିକମ୍ପ ଯୋଗୁ କାଠମାଣ୍ଡୁ ସହର ତଳର ମାଟି ତିନି ମିଟର (୧୦ ଫୁଟ୍) ଦକ୍ଷିଣକୁ ଘୁଞ୍ଚି ଯାଇଛି। ଆଡେଲିଡ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ ତଥ୍ୟ ଦିଆଯାଇଛି।

Advertisment

ଭୂମିକମ୍ପରେ କାଠମାଣ୍ଡୁ ୩ ମିଟର ଘୁଞ୍ଚିଥିଲେ ସୁଦ୍ଧା ପୃଥିବୀର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାର କିଛି ଫରକ ପଡ଼ି ନାହିଁ। ଏହା ତା’ର ପୂର୍ବାବସ୍ଥା ଜାରି ରହିଛି। ସେହିଭଳି ଏହା ସିଧାସଳଖ ଫଲଟ୍ ଲାଇନ ଉପରେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏଭରେଷ୍ଟର ଉଚ୍ଚତା ଅପରିବର୍ତ୍ତିତ ରହିଥିଲେ ସୁଦ୍ଧା ଶନିବାର ଭୂକମ୍ପ ବେଳେ ବରଫ ଅତଡ଼ା ଖସି ୨୨ ଜଣ ପର୍ବତାରୋହୀଙ୍କ ମୃତୁ୍ୟ ହୋଇଥିଲା । ଆହୁରି କେତେ ଜଣ ପର୍ବତାରୋହୀଙ୍କ ପତ୍ତା ମିଳିପାରିନି।
ସୂଚନାଯୋଗ୍ୟ, ଏଭରେଷ୍ଟର ଉଚ୍ଚତା ୮,୮୪୮ ମିଟର (୨୯,୦୨୯ ଫୁଟ୍) ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe