/odisha-reporter/media/post_attachments/uploads/2020/07/da-2.jpg)
da
ନୂଆଦିଲ୍ଲୀ: ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।
Advertisment
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ହରିଆଣାର ଗୁରୁଗ୍ରାମ ଠାରୁ ଦକ୍ଷିଣପଶ୍ଚିମ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ପରେ ବେଶ କିଛି ସେକେଣ୍ଡ ପାଇଁ ଦିଲ୍ଲୀବାସୀ ଝଟକା ଅନୁଭବ କରିଥିଲେ। ଲୋକମାନେ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
