Advertisment

ପ୍ରକାଶ ପାଇଲା ଦେଶର ସୁଶାସିତ ରାଜ୍ୟର ତାଲିକା

ନୂଆଦିଲ୍ଲୀ: ପବ୍ଲିକ ଆଫାୟରସ କମିଟି (ପିଏସି) ପ୍ରକାଶ କରିଛି ଦେଶର ସବୁଠୁ ସୁଶାସିତ ଏବଂ ଖରାପ ଶାସିତ ରାଜ୍ୟର ତାଲିକା। ଯେଉଁଥିରେ ବାଜି ମାରିଛି ଅଣବିଜେପି, କଂଗ୍ରେସ ଶାସିତ ରାଜ୍ୟ। ଆଉ ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର। ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଛି। ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି। ୟୁପି, […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ଦେଶର ସୁଶାସିତ ରାଜ୍ୟର ତାଲିକା

Naveen-thumb

Advertisment

ନୂଆଦିଲ୍ଲୀ: ପବ୍ଲିକ ଆଫାୟରସ କମିଟି (ପିଏସି) ପ୍ରକାଶ କରିଛି ଦେଶର ସବୁଠୁ ସୁଶାସିତ ଏବଂ ଖରାପ ଶାସିତ ରାଜ୍ୟର ତାଲିକା। ଯେଉଁଥିରେ ବାଜି ମାରିଛି ଅଣବିଜେପି, କଂଗ୍ରେସ ଶାସିତ ରାଜ୍ୟ। ଆଉ ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର। ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଛି।

Advertisment

ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି। ୟୁପି, ଓଡିଶା ଏବଂ ବିହାର ନିମ୍ନରେ ରହିଥିବା ଜଣାପଡ଼ିଛି। ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି।

ପିଏସି ରାଙ୍କିଙ୍ଗ ଅନୁଯାୟୀ ପ୍ରଥମେ କେରଳ ୧.୩୮୮, ଦ୍ୱିତୀୟରେ ତାମିଲନାଡୁ ୦.୯୧୨, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ ପାଇଛନ୍ତି।
ପିଏସି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ବିକାଶ ପ୍ରସଙ୍ଗରେ ଏକ ମିଶ୍ରିତ ସୂଚକାଙ୍କ ଉପରେ ଆଧାର କରି ରାଜ୍ୟଗୁଡିକ ଶାସନ ପରିଚାଳନା ଉପରେ ସ୍ଥାନିତ ହୋଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି।

Advertisment

ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଏବଂ ରାଙ୍କିଙ୍ଗର ତଳେ ରହିଛନ୍ତି। ସେମାନେ ଯଥାକ୍ରମେ -୧.୪୬୧, -୧.୨୦୧ ଏବଂ -୧.୧୫୮ ପଏଣ୍ଟ ସ୍କୋର କରିଥିଲେ। ଏହା ଉପରକୁ ଖରାପ ପ୍ରଦର୍ଶନକାରୀମାନେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛନ୍ତି ମଣିପୁର -୦.୩୬୩, ଦିଲ୍ଲୀ -୦.୨୮୯ ଏବଂ ଉତ୍ତରାଖଣ୍ଡ -୦.୨୭୭। ଛୋଟ ରାଜ୍ୟ ବର୍ଗରେ ଗୋଆ ୧.୭୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି, ତା’ପରେ ମେଘାଳୟ ୦.୭୯୭ ଏବଂ ହିମାଚଳ ପ୍ରଦେଶ ୦.୭୨୫ ରହିଛି।

କେନ୍ଦ୍ର ଶାସିତ ରାଜ୍ୟ ତାଲିକାରେ ଚଣ୍ଡିଗଡ଼ ୧.୦୫ ପଏଣ୍ଟ ସହିତ ସର୍ବୋତ୍ତମ ଶାସିତ କେନ୍ଦ୍ର ଶାସିତ ରାଜ୍ୟ ଭାବରେ ଉଭା ହୋଇଛି। ତା’ପରେ ପୁଡୁଚେରୀ ୦.୫୨ ଏବଂ ଲାକ୍ଷାଦ୍ୱୀପ ୦.୦୦୩, ଦାଦରା ନଗର ହାଭେଲି -୦.୬୯, ଆଣ୍ଡାମାନ, ଜମ୍ମୁ କଶ୍ମୀର-୦.୫୦ ଏବଂ ନିକୋବର -୦.୩୦ ସର୍ବନିମ୍ନ ପ୍ରଦର୍ଶନ କରିଛନ୍ତି।

ଅନ୍ୟ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମହାରାଷ୍ଟ୍ର ଆଦି ଚାରି ସୁଶାସିତ ରାଜ୍ୟ ତଳେ ଏବଂ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର ଉପରେ ରହିଥିବା ଜଣାପଡ଼ିଛି।

ପଢ଼ନ୍ତୁ: ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

News In Odia Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe