Advertisment

ସୁରକ୍ଷାବଳଙ୍କ ଡବଲ୍ ଆଟାକ୍: ମଲେ ୪ ଆତଙ୍କବାଦୀ

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ରବିବାର ସୁରକ୍ଷାକର୍ମୀଙ୍କ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଥମେ ଶୋପିୟାଁ ଜିଲ୍ଲାରେ ଜଣେ ଆତଙ୍କବାଦୀକୁ ଯବାନ ଏନକାଉଣ୍ଟରରେ ମାରିଥିଲେ। ଏହାପରେ ଶ୍ରୀନଗରର ଜାଦିବଲଠାରେ ସର୍ଚ୍ଚ ଅପରେସନ ସମୟରେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଯବାନ। କାଶ୍ମୀରର ଶୋପିୟାଁ ଜିଲ୍ଲାରେ ଲକିରପୁର ଅଞ୍ଚଳରେ ଭାରତୀୟ ସୈନ ଜଣେ ଆତଙ୍କବାଦୀକୁ ମାରି ସଫା କରିଥିଲେ। ମୃତ ଆତଙ୍କୀ ନିକଟରୁ ସେନା ଏକେ-୪୭ ରାଇଫଲ ସମେତ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। […]

ସୁରକ୍ଷାବଳଙ୍କ ଡବଲ୍ ଆଟାକ୍: ମଲେ ୪ ଆତଙ୍କବାଦୀ

representative-image

Advertisment

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ରବିବାର ସୁରକ୍ଷାକର୍ମୀଙ୍କ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଥମେ ଶୋପିୟାଁ ଜିଲ୍ଲାରେ ଜଣେ ଆତଙ୍କବାଦୀକୁ ଯବାନ ଏନକାଉଣ୍ଟରରେ ମାରିଥିଲେ। ଏହାପରେ ଶ୍ରୀନଗରର ଜାଦିବଲଠାରେ ସର୍ଚ୍ଚ ଅପରେସନ ସମୟରେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଯବାନ।

Advertisment

କାଶ୍ମୀରର ଶୋପିୟାଁ ଜିଲ୍ଲାରେ ଲକିରପୁର ଅଞ୍ଚଳରେ ଭାରତୀୟ ସୈନ ଜଣେ ଆତଙ୍କବାଦୀକୁ ମାରି ସଫା କରିଥିଲେ। ମୃତ ଆତଙ୍କୀ ନିକଟରୁ ସେନା ଏକେ-୪୭ ରାଇଫଲ ସମେତ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି।

ସେହିପରି ଶ୍ରୀନଗରେ ମିଳିତ ସୁରକ୍ଷା ବାହିନୀର ଯବାନମାନେ ୩ ଆତଙ୍କବାଦୀଙ୍କୁ ମାରି ସଫା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ନିପାତ ୩ ଆତଙ୍କବାଦୀ ରମଜାନ ସମୟରେ ମେ ୨୦ରେ ଶ୍ରୀନଗରର ପାଣ୍ଡବ ଚୌକ ନିକଟରେ ଦୁଇ ଭାରତୀୟ ବିଏସଏଫ୍ ଯବାନଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ।

Advertisment

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସ୍ଥାନୀୟ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ଲାଗି ପୁଲିସ ଏବଂ ସୁରକ୍ଷାବଳ ପକ୍ଷରୁ ଚଢ଼ାଉ କରାଗଲା। ଶ୍ରୀନଗର ଜାଦିବଲ ଅଞ୍ଚଳରେ ଏହି କୁମ୍ୱିଂ ଅଭିଯାନ ଚାଲିଥିଲା। ଗୁପ୍ତଚରଙ୍କ ସୂତ୍ରରୁ ଉକ୍ତ ଅଞ୍ଚଳରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ସେନା ସୂଚନା ପାଇଥିଲା। ତେବେ ତାଜା ସୂଚନା ଅନୁଯାୟୀ, ଭାରତୀୟ ସେନା ଏହି ୩ ଆତଙ୍କବାଦୀଙ୍କୁ ଖୋଜି ମାରି ସଫା କରିଦେଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଶେଷ ହୋଇଛି।

ଏବେ ପୁଲିସ ଏବଂ ସେନା ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରି ରହିଛନ୍ତି। ଆଖ-ପାଖ ଦେଇ ଯାତୟାତ କରିଥିବା ପ୍ରତ୍ୟେକ ଯାନବାହନକୁ ଖାନତଲାସି କରାଯାଉଛି। ଏହାବ୍ୟତୀତ ଅସ୍ଥାୟୀ ଠିକଣାଗୁଡ଼ିକରେ ମଧ୍ୟ ତଲାସି କରାଯାଇଛି। ୨ରୁ ୩ ଜଣ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିବା ନେଇ ଆଶଙ୍କା ରହିଥିଲା।

ପୁଲିସ ଓ ସୁରକ୍ଷାବଳଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ଉକ୍ତ ଅଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ବନ୍ଦ କରିଦିଆଯାଇଛି। ଇଣ୍ଟରନେଟ୍ ନେଟଓ୍ୱର୍କ ମାଧ୍ୟମରେ ଆତଙ୍କବାଦୀମାନେ ଅପରେସନ ସମୟରେ ପରସ୍ପର ସହ ଯୋଗାଯୋଗ କରିଥାନ୍ତି। ଏହାସହ ଇଣ୍ଟରନେଟ୍ ମାଧ୍ୟମରେ ପୁଲିସ ଓ ସେନାଙ୍କ ଗତିବିଧି ଉପରେ ମଧ୍ୟ ସୂଚନା ମିଳିଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe