Advertisment

ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ସ୍ୱାମୀ ମୃତ, ସ୍ତ୍ରୀ ଓ ଦୁଇ ଛୁଆ ଆହତ

ଅମରାବତୀ: ଇଲେକ୍ଟ୍ରିକ୍‌ ବାଇକ୍‌କୁ ନେଇ ପୁଣି ଗୋଟିଏ ଅଘଟଣ ଘଟିଛି। ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ସହରରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଲେ କେ. ଶିବ କୁମାର। ଶିବ କୁମାରଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତେବେ […]

ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ସ୍ୱାମୀ ମୃତ, ସ୍ତ୍ରୀ ଓ ଦୁଇ ଛୁଆ ଆହତ

battery

Advertisment

ଅମରାବତୀ: ଇଲେକ୍ଟ୍ରିକ୍‌ ବାଇକ୍‌କୁ ନେଇ ପୁଣି ଗୋଟିଏ ଅଘଟଣ ଘଟିଛି। ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ସହରରେ ଘଟିଛି ଏହି ଘଟଣା।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ କେ. ଶିବ କୁମାର। ଶିବ କୁମାରଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଦୁଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। କେ. ଶିବ କୁମାର ଡିଟିପି ଅପରେଟର ଭାବେ କାମ କରୁଥିଲେ।

ଶୁକ୍ରବାର ଦିନ ଶିବ କୁମାର ଏହି ଇଲେକ୍ଟ୍ରିକ୍‌ ବାଇକ୍ କିଣିଥିଲେ। ସେହିଦିନ ରାତିରେ ଗାଡ଼ିର ବ୍ୟାଟେରୀକୁ ସେ ଶୋଇବା ଘରେ ଚାର୍ଜରେ ବସାଇଥିଲେ।  ଭୋର ସମୟରେ ହଠାତ୍‌ ବ୍ୟାଟେରୀଟି ଫାଟି ଯିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା।

Advertisment

ଶିବ କୁମାରଙ୍କ ଘରୁ ଧୂଆଁ ବାହାରୁଥିବା ପାଖ ପଡ଼ୋଶୀମାନେ ଦେଖିଥିଲେ। ସେମାନେ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଶିବ କୁମାରଙ୍କୁ  ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଲା। ଘରେ ନିଆଁ ଲାଗିଯିବା ଯୋଗୁ ଏସି ସହିତ ଆଉ କିଛି ଆସବାବପତ୍ର ପୋଡ଼ି ଯାଇଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି। ଇଭି କମ୍ପାନୀ ସହିତ କଥାବାର୍ତ୍ତା ହୋଇଛି। ସେମାନେ ଘଟଣାସ୍ଥଳ ପରିଦର୍ଶନ କରି ବ୍ୟାଟେରୀଟି କାହିଁକି ଫାଟିଲା, ତା’ର ଯାଞ୍ଚ କରିବେ। ବିଦ୍ୟୁତ୍ ଶର୍ଟସର୍କିଟ୍ ଯୋଗୁ ବ୍ୟାଟେରୀ ଫାଟିଲା, ନା ଆଉ କିଛି ଘଟିଛି, ତା’ର ତଦନ୍ତ ସେମାନେ କରିବେ।

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ତେଲେଙ୍ଗାନାର ନିଜାମାବାଦରେ ଏକ ଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଯିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ଆଉ ତିନି ଜଣ ଆହତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe