Advertisment

ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କଶ୍ମୀର

କତ୍ରା: ବଡ଼ ଭୂକମ୍ପ ଝଟକାରେ ଥରିଛି ଜମ୍ମୁ-କଶ୍ମୀର। ଉପତ୍ୟକାର କତ୍ରା ନିକଟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂମ୍ପକର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା କିସ୍ତିୱାର ଓ ଉଦ୍ଧମପୁରରେ ମଧ୍ୟ ଅନୁଭୂତ ହୋଇଛି। ଏହି କାରଣରୁ ଅଧିକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ବେଳରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, କତ୍ରାର […]

author-image
Hemant Lenka
ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କଶ୍ମୀର

ft

କତ୍ରା: ବଡ଼ ଭୂକମ୍ପ ଝଟକାରେ ଥରିଛି ଜମ୍ମୁ-କଶ୍ମୀର। ଉପତ୍ୟକାର କତ୍ରା ନିକଟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂମ୍ପକର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା କିସ୍ତିୱାର ଓ ଉଦ୍ଧମପୁରରେ ମଧ୍ୟ ଅନୁଭୂତ ହୋଇଛି।

Advertisment

ଏହି କାରଣରୁ ଅଧିକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ବେଳରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, କତ୍ରାର ଉତ୍ତର ପୂର୍ବ ଦିଗର ୬୩ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ସନ୍ଧ୍ୟା ୭.୩୨ରେ ଭୂପୃଷ୍ଠର ୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା।

ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରି ଆସି ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଛିଡ଼ା ହୋଇଥିଲେ। ଏବେ ପ୍ରାଶସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ଜଣାପଡ଼ିଛି। ଡୋଡାର ଜିଲ୍ଲା ମାଜିଷ୍ଟ୍ରେଟ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସବୁ ତହସିଲଦାରକୁ କ୍ଷୟକ୍ଷତିର ଆକଳନ କରିବାକୁ କହିଛନ୍ତି।

Advertisment