ଦୁର୍ଘଟଣାରେ ମା’ ସହିତ ତିନି ଛୁଆଙ୍କର ମୃତ୍ୟୁ

ଶ୍ରୀନଗର: ଏକ କାର୍‌ ୩୫୦ ଫୁଟ୍ ତଳକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ତିନି ଛୁଆ ସମତେ କାର୍‌ ଡ୍ରାଇଭର ରହିଛନ୍ତି। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ୧୦ଟାରେ ଜମ୍ମୁ କଶ୍ମୀରର ଦୋଡ଼ା ଜିଲ୍ଲାର ରାଗି ନଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ମୃତକଙ୍କୁ ମଧ୍ୟ ଚିହ୍ନଟ କରିଛି। ଶବଗୁଡ଼ିକୁ ଉଦ୍ଧାର କରି […]

SRI NAGARA ACCIDENT

SRI NAGARA ACCIDENT

Subhransu Sekhar
  • Published: Friday, 26 June 2020
  • Updated: 26 June 2020, 02:40 PM IST

Sports

Latest News

ଶ୍ରୀନଗର: ଏକ କାର୍‌ ୩୫୦ ଫୁଟ୍ ତଳକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ତିନି ଛୁଆ ସମତେ କାର୍‌ ଡ୍ରାଇଭର ରହିଛନ୍ତି। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ସକାଳ ୧୦ଟାରେ ଜମ୍ମୁ କଶ୍ମୀରର ଦୋଡ଼ା ଜିଲ୍ଲାର ରାଗି ନଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ମୃତକଙ୍କୁ ମଧ୍ୟ ଚିହ୍ନଟ କରିଛି। ଶବଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

କାରରେ ଉକ୍ତ ମହିଳା ତାଙ୍କର ତିନି ଛୁଆଙ୍କୁ ନେଇ ଦୋଡ଼ା ଜିଲ୍ଲାରୁ କାମବାନ ଜିଲ୍ଲାର ଗୋଲ ଏରିଆକୁ ଯାଉଥିଲା। କୌଣସି କାରଣରୁ ଡ୍ରାଇଭର ଅନ୍ୟ ମନସ୍କ ହୋଇଯିବାରୁ କାର୍‌ଟି ରାସ୍ତାରୁ  ୩୫୦ ଫୁଟ ତଳକୁ ଖସି ପଡ଼ିଥିଲା ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos