ମହାରାଷ୍ଟ୍ରରେ ପୁଣି ୫ ନୂଆ କରୋନା ରୋଗୀ

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ସୁଦ୍ଧା ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଥିବା ବେଳେ ଆଜି ଏହା ୩୮ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ପ୍ରଥମେ ଆଜି ଦିନ ୧୧ଟା ସୁଦ୍ଧା ମହାରାଷ୍ଟ୍ରରେ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୧.୫୬ରେ ଆଉ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଦୁବାଇରୁ ଫେରିଥିଲେ।

ଦୁବାଇରୁ ଫେରିବା ପରେ ସେ ସୁସ୍ଥ ରହିଥିଲେ। କିନ୍ତୁ କିଛି ଦିନ ହେଲା ତାଙ୍କର ଥଣ୍ଡା ଓ କାଶା ଆରମ୍ଭ ହୋଇଥିଲା। ଶେଷରେ ତାଙ୍କୁ କ୍ୱାରେଣ୍ଟାଇନ କରାଯିବା ସହ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।

ଆଜି ଆକ୍ରାନ୍ତ ହୋଇଥିବା ସମସ୍ତ ୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସମସ୍ତଙ୍କ ଉପରେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ

ଆସାମର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସୈୟଦା ଅନୱର ତୈମୁରଙ୍କ ପରଲୋକ

ଋଣ ଉପରେ ଏସବିଆଇର ପାର୍ବଣ ଅଫର, ଜାଣନ୍ତୁ କ‘ଣ ରହିଛି ସୁବିଧା

ମାତ୍ର ୨୦ ଟଙ୍କା ପାଇଁ ପୁଅ ଆଗରେ ବାପାଙ୍କୁ ପିଟିପିଟି ହତ୍ୟା

ଶିବସେନା ପୁଣି ବିଜେପି ସହ ହାତ ମିଳାଉ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଭଗବାନ କୃଷ୍ଣ ଜନ୍ମଭୁମି ବିବାଦ: ୩୦ରେ ମସଜିଦ ଉଚ୍ଛେଦ ଆବେଦନର ଶୁଣାଣି

ମହାକାଶରେ ଖଣି ସନ୍ଧାନ କରିବ ଚାଇନା, ଜାଣନ୍ତୁ କିପରି

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି