/odisha-reporter/media/post_attachments/uploads/2015/07/kejriwala.jpg)
kejriwala
ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ନିଜ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନର ସାହାରା ନେବାକୁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ସରକାର ୫୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏବେ ରେଡିଓରେ ଦିଲ୍ଲୀ ସରକାରଙ୍କର ୭୬ ସେକେଣ୍ଡର ଏକ ବିଜ୍ଞାପନ ପ୍ରସାରିତ ହେଉଛି। ଏହି ବିଜ୍ଞାପନ ଦିନସାରା ୪୦ ଥର ପ୍ରସାରିତ ହେଉଛି । ଏହି ବିଜ୍ଞାପନଟି ମଧ୍ୟ ସରକାରଙ୍କ ଉକ୍ତ ୫୨୬ କୋଟି ଟଙ୍କାର ବିଜ୍ଞାପନ ଯୋଜନା ଅନ୍ତର୍ଭୁକ୍ତ।
Advertisment
କେଜ୍ରିୱାଲଙ୍କ ସରକାରଙ୍କ ଏହି ବିଜ୍ଞାପନ ଅଭିଯାନକୁ ବିରୋଧ କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ଏହି ବିଜ୍ଞାପନ ଅଭିଯାନ ଉପରେ ରୋକ ଲଗାଇବା ପାଇଁ ସେ ସୁପ୍ରିମକୋର୍ଟରେ ଅପିଲ କରିପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
