bihar-polls-first-phase_650x400_61444636741
ପାଟନା: ଶାନ୍ତିଶୃଙ୍ଖଳାର ସହ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବିହାରର ୧୦ଟି ଜିଲ୍ଲାରେ ୪୯ଟି ଆସନ ପାଇଁ ଆଜି ଅନୁଷ୍ଠିତ ନିର୍ବାଚନରେ ୫୭ ପ୍ରତିଶତ ଭୋଟିଂ ହୋଇଛି। ଏହା ଏକ ରେକର୍ଡ ବୋଲି ବିହାରର ନିର୍ବାଚନ ଅଧିକାରୀ କହିଛନ୍ତି। ୧.୩୫ ଭୋଟରଙ୍କ ମଧ୍ୟରୁ ୫୭ ପ୍ରତିଶତ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୫୯.୫ ପ୍ରତିଶତ ପୁରୁଷ ଓ ୫୪.୫ ମହିଳା ଭୋଟର୍। ଏହା ସହିତ ଇଭିଏମରେ ସିଲ୍ ହୋଇଯାଇଛି ୫୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ଶେଷ ହେବା ପରେ ଇଭିଏମଗୁଡ଼ିକୁ ଜିଲ୍ଲା ମୁଖ୍ୟାଳୟଗୁଡ଼ିକୁକୁ ନିଆଯାଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।
୨୦୧୦ ବିହାର ବିଧାନସଭା ନିର୍ବାଚନରେ ୫୦.୮୫ ପ୍ରତିଶତ ମତଦାନ ହୋଇଥିଲା।
ଚଳିତ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଗୋଟିଏ ପକ୍ଷରେ ଥିବା ବେଳେ ନୀତୀଶ, ଲାଲୁ ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ମଧ୍ୟରେ ମହାମୁକାବିଲା ହେଉଛି। ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସ୍ଥାନରେ ସଭା କରିବା ସହ ଏନଡିଏ ପାଇଁ ଭୋଟ୍ ମାଗୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/bihar-polls-first-phase_650x400_61444636741.jpg)