Advertisment

ବିଦେଶ ଗସ୍ତ ଶେଷ କରି ମୋଦି ଫେରିଲେ

ନୂଆଦିଲ୍ଲୀ: ୬ ଦିନିଆ ବିଦେଶ ଗସ୍ତ ସାରି ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରି ଆସିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଆସି ସେ ପହଞ୍ଚି ଥିଲେ ନୂଆଦିଲ୍ଲୀରେ।  ଏହି ଗସ୍ତର ଅନ୍ତିମ ଚରଣ ଥିଲା ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆ ଗସ୍ତ ସଫଳ ହୋଇଛି ବୋଲି ସେଠାରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ୱିଟ୍ କରି ଏହି କଥା କହିଥିଲେ। ସେ ଲେଖିଥିଲେ ଯେ ଦକ୍ଷିଣ କୋରିଆ ଗସ୍ତ ଖୁବ୍ ସନ୍ତୋଷଜନକ ରହିଛି। ଦକ୍ଷିଣ କୋରିଆବାସୀ […]

ଅଦ୍ୟତନ ହୋଇଛି
ବିଦେଶ ଗସ୍ତ ଶେଷ କରି ମୋଦି ଫେରିଲେ

ModiDelhi

Advertisment

ନୂଆଦିଲ୍ଲୀ: ୬ ଦିନିଆ ବିଦେଶ ଗସ୍ତ ସାରି ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରି ଆସିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଆସି ସେ ପହଞ୍ଚି ଥିଲେ ନୂଆଦିଲ୍ଲୀରେ।  ଏହି ଗସ୍ତର ଅନ୍ତିମ ଚରଣ ଥିଲା ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆ ଗସ୍ତ ସଫଳ ହୋଇଛି ବୋଲି ସେଠାରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ୱିଟ୍ କରି ଏହି କଥା କହିଥିଲେ। ସେ ଲେଖିଥିଲେ ଯେ ଦକ୍ଷିଣ କୋରିଆ ଗସ୍ତ ଖୁବ୍ ସନ୍ତୋଷଜନକ ରହିଛି। ଦକ୍ଷିଣ କୋରିଆବାସୀ ଓ ସରକାରଙ୍କ ଆତିଥ୍ୟ ପ୍ରଶଂସନୀୟ ଥିଲା। ସେହିପରି ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଗ୍ୟୁଁନ୍ ହୟେ ଏବଂ ସେଠାକାର ଉଦ୍ୟୋଗପତି ମାନଙ୍କ ସହିତ ଆଲୋଚନା ସଫଳ ହୋଇଛି। ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ଦୃଢ଼ ହୋଇଛି ବୋଲି ବିଶ୍ୱାସ ରଖି ସେ ଦକ୍ଷିଣ କୋରିଆ ଛାଡୁଛନ୍ତି ବୋଲି ମୋଦି ଟ୍ୱିଟ୍ କରି ଥିଲେ।

Advertisment

ମୋଦି ତାଙ୍କର ଏହି ୬ ଦିନିଆ ବିଦେଶ ଗସ୍ତ ଚୀନରୁ ଆରମ୍ଭ କରି ଥିଲେ। ସେଠାରେ ତିନି ଦିନ ରହିବା ପରେ ସେ ଯାଇଥିଲେ ମଙ୍ଗୋଲିଆ। ମଙ୍ଗୋଲିଆ ଯିବାରେ ସେ ବନି ଯାଇଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେଠାରୁ ଦିନିକିଆ ଗସ୍ତ ସାରି ମୋଦି ପହଞ୍ଚଥିଲେ ଦକ୍ଷିଣ କୋରିଆ। ଏହି ସବୁ ଦେଶ ଗସ୍ତ ବେଳେ ଦ୍ୱିପାକ୍ଷିକ ସଂପର୍କ ସହିତ ’ମେକ୍ ଇନ୍ ଇଣ୍ଡିଆ’କୁ ଗୁରୁତ୍ୱ ଦେଇଥିଲେ ମୋଦି। ରେଳ ବିକାଶ, ମହାକାଶ ଗବେଷଣା ଆଦି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଚୀନ ସହିତ ରେକର୍ଡ ସଂଖ୍ୟକ ୨୪ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଚୀନର ନିବେଶକମାନଙ୍କୁ ମୋଦି ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେହିପରି ଦକ୍ଷିଣ କୋରିଆ ସହିତ ଭାରତର ୭ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ ବିଶେଷ କରି ଭିତ୍ତିଭୂମିର ବିକାଶ, ସଡ଼କ ପଥ, ଜଳ ପଥ ଆଦି କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ କୋରିଆ ଭାରତକୁ ୩,୬୦୦ କୋଟି ଟଙ୍କା ଋଣ ଦେବାକୁ ବି ଘୋଷଣା କରିଛି। ଭାରତର ବିଭିନ୍ନ ଭିତ୍ତିଭୂମି ଓ ସ୍ମାଟ ସିଟି ଗୁଡ଼ିକର ବିକାଶ କ୍ଷେତ୍ର ଏହି ଅର୍ଥକୁ ବିନିଯୋଗ କରିବ। ସେହିପରି ଦକ୍ଷିଣ କୋରିଆର କଂପାନୀଗୁଡ଼ିକ ଭାରତରେ ଭଲ ବ୍ୟବସାୟ କରୁଛନ୍ତି ଓ ଆହୁରି ଅଧିକରୁ ଅଧିକ ଦକ୍ଷିଣ କୋରୀୟ କଂପାନୀ ଭାରତରେ ଉତ୍ପାଦନ କରିବାକୁ ଆଗେଇ ଆସିବାକୁ ମୋଦି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe