/odisha-reporter/media/post_attachments/uploads/2020/06/r-1.jpg)
ଜାତୀୟ ତଦନ୍ତକାରୀ ସଂସ୍ଥାରେ କରୋନା ପ୍ରବେଶ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ରେ କରୋନା ପ୍ରବେଶ କରିଛି। ଏନଆଇଏ କଣ୍ଟ୍ରୋଲ ରୁମର ୬ ଜଣ ସଦସ୍ୟ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଏନଆଇଏର ଜଣେ ମହିଳା ଏଏସଆଇଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଛି। ଏହି ସଦସ୍ୟମାନଙ୍କର ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment
ସେହିପରି କଣ୍ଟ୍ରୋଲ ରୁମକୁ ସିଲ କରି ସାନିଟାଇଜ କରାଯାଇଛି। ଅନ୍ୟପକ୍ଷରେ ଏହି ସଦସ୍ୟମାନେ କେମିତି କରୋନାରେ ସଂକ୍ରମିତ ହେଲେ, ତା’ର ଖୋଳତାଡ଼ ମଧ୍ୟ କରାଯାଉଛି। ପ୍ରଶାସନ ପକ୍ଷରୁ ଏହି ସଦସ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଯଦି ସେମାନଙ୍କର କୌଣସି କରୋନା ଲକ୍ଷଣ ଦେଖାଯିବ, ତା’ହେଲେ ସମସ୍ତଙ୍କର ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
