Advertisment

୬୨,୫୦୦ ଡଲାରରେ ନିଲାମ ହେଲା ଆଇନଷ୍ଟାଇନଙ୍କ ଚିଠି

ଲସ୍ ଏଞ୍ଜିଲସ୍: ନୋବେଲ୍ ପୁରସ୍କାର ବିଜେତା ଆଲବର୍ଟ ଆଇନଷ୍ଟାଇନଙ୍କର ଏକ ଚିଠି ୬୨,୫୦୦ ଡଲାରରେ ନିଲାମ ହୋଇଛି। ଏହି ଚିଠିଟିକୁ ସେ ୧୯୪୫ ମସିହାରେ ନିଜ ପୁଅଙ୍କ ନିକଟକୁ ଲେଖିଥିଲେ। ପରମାଣୁ ବୋମା ସଂପର୍କିତ କିଛି କଥା ସେ ଏଥିରେ ଲେଖିଥିଲେ। ଆଇନଷ୍ଟାଇନ୍ ଏହି ଚିଠି ଲେଖିବା ଦିନ ହିଁ ଜାପାନରେ ପରମାଣୁ ବୋମା ପଡିଥିଲା ବୋଲି କୁହାଯାଉଛି। ଗତ ଗୁରୁବାର ‘ପ୍ରୋଫାଇଲ୍ ଇନ୍ ହିଷ୍ଟ୍ରି’ରେ ଆଇନଷ୍ଟାଇନଙ୍କ ୨୭ଟି ଚିଠି ନିଲାମ କରାଯାଇଥିଲା।  ଏଥିରୁ ପ୍ରାୟ ୪,୨୦,୦୦ […]

ଅଦ୍ୟତନ ହୋଇଛି
୬୨,୫୦୦ ଡଲାରରେ ନିଲାମ ହେଲା ଆଇନଷ୍ଟାଇନଙ୍କ ଚିଠି

Albert

Advertisment

ଲସ୍ ଏଞ୍ଜିଲସ୍: ନୋବେଲ୍ ପୁରସ୍କାର ବିଜେତା ଆଲବର୍ଟ ଆଇନଷ୍ଟାଇନଙ୍କର ଏକ ଚିଠି ୬୨,୫୦୦ ଡଲାରରେ ନିଲାମ ହୋଇଛି। ଏହି ଚିଠିଟିକୁ ସେ ୧୯୪୫ ମସିହାରେ ନିଜ ପୁଅଙ୍କ ନିକଟକୁ ଲେଖିଥିଲେ। ପରମାଣୁ ବୋମା ସଂପର୍କିତ କିଛି କଥା ସେ ଏଥିରେ ଲେଖିଥିଲେ।

Advertisment

ଆଇନଷ୍ଟାଇନ୍ ଏହି ଚିଠି ଲେଖିବା ଦିନ ହିଁ ଜାପାନରେ ପରମାଣୁ ବୋମା ପଡିଥିଲା ବୋଲି କୁହାଯାଉଛି।

ଗତ ଗୁରୁବାର ‘ପ୍ରୋଫାଇଲ୍ ଇନ୍ ହିଷ୍ଟ୍ରି’ରେ ଆଇନଷ୍ଟାଇନଙ୍କ ୨୭ଟି ଚିଠି ନିଲାମ କରାଯାଇଥିଲା।  ଏଥିରୁ ପ୍ରାୟ ୪,୨୦,୦୦ ଡଲାର ମିଳିଛି । ନିଲାମ ହୋଇଥିବା ଦୁଇଟି ପତ୍ର ସେ ୧୯୪୦ ଦଶକରେ ଲେଖିଥିଲେ। ସେଗୁଡ଼ିକ ଇଶ୍ୱରଙ୍କ ସମ୍ପର୍କରେ ତାଙ୍କ ବିଚାରଧାରା ଉଲ୍ଲେଖ ରହିଛି।  ଏହି ଦୁଇଟି ଚିଠି ଯଥାକ୍ରମେ ୨୮,୧୨୫ ଡଲାର  ଓ ୩୪,୩୭୫ ଡଲାରରେ ନିଲାମ ହୋଇଥିଲା।  ଅନ୍ୟ ଚିଠି ଗୁଡ଼ିକରେ ଆଇନଷ୍ଟାଇନ ମାର୍କସବାଦ ଓ ନାସ୍ତିବାଦ ଉପରେ ନିଜର ମତ ରଖିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe