Advertisment

ଗୋଟିଏ ଦିନରେ ଇଟାଲୀରେ ଗଲା ୬୨୭ ଜୀବନ

ରୋମ୍: ଇଟାଲୀରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ କରୋନାରେ ୬୨୭ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ ଠାରୁ ଅଧିକ। ଇଟାଲୀରେ ଏଯାବତ କରୋନାରେ ୪,୦୩୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ୪୭,୦୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୫,୧୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ୨,୬୬୫ ଜଣ ଗୁରୁତର ରହିଥିବା ଜଣାପଡ଼ିଛି। ଚୀନରେ ଏଯାବତ ୩,୨୫୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ଏହି ସଂଖ୍ୟା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଗୋଟିଏ ଦିନରେ ଇଟାଲୀରେ ଗଲା ୬୨୭ ଜୀବନ

italy lock down

ରୋମ୍: ଇଟାଲୀରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ କରୋନାରେ ୬୨୭ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ ଠାରୁ ଅଧିକ। ଇଟାଲୀରେ ଏଯାବତ କରୋନାରେ ୪,୦୩୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ୪୭,୦୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୫,୧୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ୨,୬୬୫ ଜଣ ଗୁରୁତର ରହିଥିବା ଜଣାପଡ଼ିଛି।

Advertisment

ଚୀନରେ ଏଯାବତ ୩,୨୫୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ଏହି ସଂଖ୍ୟା ୪,୦୩୨ ହୋଇଛି। ଏହାପରେ ଇରାନ ରହିଛି। ଇରାନରେ ଏଯାବତ ୧,୪୩୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ପେନରେ ୧,୦୯୩ ଜଣଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସରେ ୪୫୦, ଆମେରିକାରେ ୨୭୫, ୟୁକେରେ ୧୭୭, ନେଦରଲ୍ୟାଣ୍ଡରେ ୧୦୬ ଜଣଙ୍କର ମୃତ୍ୟୁ ଘଟିଛି।

ଇଟାଲୀରେ ସ୍ଥିତି ଅଣାୟତ ହୋଇଥିବା ଦେଖି ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞ ସହଯୋଗର ହାତ ବଢ଼ାଇଛନ୍ତି। ଅନେକ ସହର ଲକ୍ ଡାଉନ ହୋଇଛି। ସରକାର ବର୍ତ୍ତମାନ ଲକଡାଉନକୁ କାର୍ଯ୍ୟକାରୀ କରିବାରେ ସେନା ବାହିନୀକୁ ବ୍ୟବହାର କରୁଛନ୍ତି। ଏହାବାଦ୍ ମୃତକଙ୍କୁ ସ୍ଥାନାନ୍ତର କରିବା ପାଇଁ ସେନାର ଗାଡ଼ି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।

Advertisment