Advertisment

ବିହାରରେ ୬୮% ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା

ନୂଆଦିଲ୍ଲୀ: ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା ୨୪୩ ବିଧାୟକଙ୍କ ମଧ୍ୟରୁ ୧୯୪ ଜଣଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରହିଛି। ଅର୍ଥାତ୍ ମୋଟ୍ ବିଧାୟକଙ୍କ ମଧ୍ୟରୁ ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା। ବୁଧବାର ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ଏହି ତଥ୍ୟ ପ୍ରକାଶ କରିଛି। ନିର୍ବାଚନରେ ବିଜୟୀ ହେବା ପରେ ପ୍ରାର୍ଥୀଙ୍କ ନିର୍ବାଚନ ବେଳର ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର। ତେବେ ୨୪୩ ବିଧାୟକଙ୍କ ମଧ୍ୟରୁ […]

ଅଦ୍ୟତନ ହୋଇଛି
ବିହାରରେ ୬୮% ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା

bihar

Advertisment

ନୂଆଦିଲ୍ଲୀ: ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା ୨୪୩ ବିଧାୟକଙ୍କ ମଧ୍ୟରୁ ୧୯୪ ଜଣଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରହିଛି। ଅର୍ଥାତ୍ ମୋଟ୍ ବିଧାୟକଙ୍କ ମଧ୍ୟରୁ ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା। ବୁଧବାର ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ଏହି ତଥ୍ୟ ପ୍ରକାଶ କରିଛି।

Advertisment

ନିର୍ବାଚନରେ ବିଜୟୀ ହେବା ପରେ ପ୍ରାର୍ଥୀଙ୍କ ନିର୍ବାଚନ ବେଳର ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର। ତେବେ ୨୪୩ ବିଧାୟକଙ୍କ ମଧ୍ୟରୁ ମୋଟ୍ ୨୪୧ ଜଣଙ୍କ ସତ୍ୟପାଠ ତାଲିକା ଏଡିଆର ସମୀକ୍ଷା କରିଛି। ଆଉ ଦୁଇ ନିର୍ବାଚିତ ବିଧାୟକଙ୍କ ସତ୍ୟପାଠ ସମୀକ୍ଷା କରିନି ଏଡିଆର। ଏହି ଦୁଇ ବିଧାୟକ ହେଲେ ବିଜେପି ଏବଂ ଆରଜେଡିର। ଏହି ଦୁଇ ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ଅପରାଧ ବାବଦରେ ଦେଇଥିବା ତଥ୍ୟ ଅସ୍ପଷ୍ଟ ରହିଛି।

ରାଜ୍ୟର ପ୍ରମୁଖ ଚାରି ଦଳ ମଧ୍ୟରୁ ଆରଜେଡିର ୭୫ ବିଧାୟକଙ୍କ ମଧ୍ୟରୁ ୫୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି ବିଜେପିର ୭୪ ବିଧାୟକଙ୍କ ମଧ୍ୟରୁ ୪୭ ଜଣ, ଜେଡିୟୁର ୪୩ ବିଧାୟକଙ୍କ ମଧ୍ୟରୁ ୨୦ ଏବଂ କଂଗ୍ରେସର ୧୯ ବିଧାୟକଙ୍କ ମଧ୍ୟରୁ ୧୬ ଜଣଙ୍କ ନାଁରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରହିଛି।

Advertisment

୨୪୧ ବିଧାୟକଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ନାଁରେ ଗୁରୁତର ଅଭିଯୋଗ ରହିଛି। ୨୦୧୫ରେ ଏହି ହାର ୪୦ ପ୍ରତିଶତ ଥିଲା।

ସେହିପରି କୋଟିପତି ବିଧାୟକଙ୍କ ତାଲିକା ମଧ୍ୟ ଏଡିଆର ପ୍ରକାଶ କରିଛି। ବିଜେପିର ମୋଟ୍ ବିଧାୟକଙ୍କ ମଧ୍ୟରୁ ୮୯ ପ୍ରତିଶତ, ଜେଡିୟୁର ୮୮, ଆରଜେଡିର ୮୭ ଓ କଂଗ୍ରେସର ୭୪ ପ୍ରତିଶତ ନିର୍ବାଚିତ ବିଧାୟକ କୋଟିପତି।

ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଆରଜେଡିର ଅନନ୍ତ ସିଂହଙ୍କ ପାଖରେ ସର୍ବାଧିକ ୬୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ସବୁଠୁ ଗରିବ ବିଧାୟକ ମଧ୍ୟ ଆରଜେଡିର। ତାଙ୍କ ନାଁ ରାମବ୍ରିକଶ ସଦା ରହିଛନ୍ତି। ତାଙ୍କ ପାଖରେ ମୋଟ୍ ୭୦ ହଜାର ଟଙ୍କାର ସମ୍ପତ୍ତି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe