/odisha-reporter/media/post_attachments/uploads/2018/08/macha.jpg)
macha
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଡାକ୍ତରଖାନା ଯାଉଥିବା ବାଟରେ ଟ୍ରାଫିକ୍ ଛକ ପଡିଲା। ଅଟକିଗଲା ଆମ୍ବୁଲାନ୍ସ। ୭ ମାସର ଛୋଟ ଶିଶୁଟିଏ ଠିକ୍ ସମୟରେ ପହଞ୍ଚି ପାରିଲାନି ଡାକ୍ତରଖାନା। ଆଉ ସବୁଦିନ ପାଇଁ ଆଖି ବୁଜିଦେଲା।
ସବୁଠାରୁ ଦୁଃଖର କଥା ହେଉଛି, ସେତେବେଳେ କୌଣସି ଟ୍ରାଫିକ୍ ଜାମ୍ ହୋଇ ନ ଥିଲା ବରଂ ଜଣେ ନେତାଙ୍କ ରାଲି ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ଅଟକି ରହିଥିବା ଗାଡ଼ି ମଝିରେ ଆମ୍ବୁଲାନ୍ସ ଫସିଯିବାରୁ ଘଟିଲା ଏମିତି ଅଘଟଣ।
ଘଟଣା ଘଟିଛି ହରିଆଣା ସୋନିପତରେ। ହରିଆଣା କଂଗ୍ରେସ ମୁଖ୍ୟ ଅଶୋକ ତନୱା ଏକ ସାଇକେଲ୍ ରାଲିର ଆୟୋଜନ କରିଥିଲେ। ଏଥିପାଇଁ ମଙ୍ଗଳବାର ସକାଳେ କିଛି ସମୟ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ହେଲେ ଏହି ସମୟରେ ଭିଡ଼ ଭିତରେ ଫସି ଯାଇଥିଲା ଆମ୍ବୁଲାନ୍ସ।
ଅଭିଯୋଗ ଅନୁସାରେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ଯୋଗୁ ସେଥିରେ ଚିକିତ୍ସା ଅପେକ୍ଷାରେ ଥିବା ୭ ମାସର ଶିଶୁର ପ୍ରାଣ ଚାଲି ଯାଇଥିଲା।
ତେବେ ଦୁଇ ଦିନ ତଳେ ହୋଇଥିବା ଏହି ଘଟଣାକୁ ନେଇ ଆଜି ମାମଲା ରୁଜୁ କରିଛି ପୁଲିସ। ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍ ଅଶୋକ ତନୱାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ହେଲେ ଏହାକୁ ନେଇ ଓଲଟା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଶୋକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
