/odisha-reporter/media/post_attachments/uploads/2020/10/pakistan.jpg)
pakistan
ନୂଆଦିଲ୍ଲୀ: ପାକିସ୍ତାନର ପେଶାଓ୍ୱାରସ୍ଥିତ ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ସ୍ଥାନୀୟ ଏକ ମାଦ୍ରାସାର କୋରାନ ଶ୍ରେଣୀରେ ବୋମା ବିସ୍ଫୋରଣ ହେବା ଫଳରେ ୭ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ୭୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
/odisha-reporter/media/post_attachments/article/149753-sqogrxadzx-1603778339.jpg)
ପାକିସ୍ତାନ ଗଣମାଧ୍ୟମ 'ଡନ୍'ର ତଥ୍ୟରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛରେ ଥିବା କାରଣ ଜଣାପଡ଼ିନାହିଁ। କେତେଜଣ ଲୋକଙ୍କ କହିବା ଅନୁସାରେ, ଏହା ଏକ ସିଲିଣ୍ଡର ବ୍ଲାଷ୍ଟ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
