Advertisment

ପ୍ରବାସୀଙ୍କ ଶ୍ରମିକ ସ୍ପେଶାଲ ଟ୍ରେନରେ ଗଲାଣି ୮୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ। ପ୍ରବାସୀଙ୍କୁ ନିଜ ଘରକୁ ପଠାଇବା ପାଇଁ ରେଳ ମନ୍ତ୍ରଣାଳୟ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି। ତେବେ ମେ’୯ରୁ ୨୭ ମଧ୍ୟରେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ପ୍ରାୟ ୮୦ ଜଣଙ୍କ ଜୀବନ ଯାଇଥିବା ଆଜି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିବା ବେଳେ ୧୧ ଜଣ ବିଭିନ୍ନ […]

ଅଦ୍ୟତନ ହୋଇଛି
ପ୍ରବାସୀଙ୍କ ଶ୍ରମିକ ସ୍ପେଶାଲ ଟ୍ରେନରେ ଗଲାଣି ୮୦ ଜଣଙ୍କ ଜୀବନ

dd

Advertisment

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ। ପ୍ରବାସୀଙ୍କୁ ନିଜ ଘରକୁ ପଠାଇବା ପାଇଁ ରେଳ ମନ୍ତ୍ରଣାଳୟ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି। ତେବେ ମେ’୯ରୁ ୨୭ ମଧ୍ୟରେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ପ୍ରାୟ ୮୦ ଜଣଙ୍କ ଜୀବନ ଯାଇଥିବା ଆଜି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିବା ବେଳେ ୧୧ ଜଣ ବିଭିନ୍ନ ରୋଗ କାରଣରୁ ପ୍ରାଣ ହରାଇଛନ୍ତି। ମେ’ ୨୩ରେ ୧୦ ଜଣ, ୨୪ ଓ ୨୫ ତାରିଖରେ ୯ ଜଣ ଲେଖାଏ, ମେ’ ୨୭ରେ ୮ ଜଣ ଏବଂ ମେ’ ୨୬ରେ ୧୩ ଜଣ ଲୋକ ଟ୍ରେନ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି।

କରୋନା ଲକଡାଉନ ଯୋଗୁ କୋଟି କୋଟି ଶ୍ରମିକ କାମଧନ୍ଦା ହରାଇଛନ୍ତି। ଏହି କାରଣରୁ ସେମାନେ ଏବେ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ। ଏଥିପାଇଁ କିଏ ଚାଲି ଚାଲି ଶହଶହ କିମି ପଥ ଅତିକ୍ରମ କରୁଥିବା ବେଳେ ଆଉ କିଏ ସାଇକେଲ କିମ୍ବା ଟ୍ରକରେ ଫେରୁଛନ୍ତି। ଏହି ସମୟରେ ବି ଶତାଧିକ ପ୍ରବାସୀ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି।

Advertisment

ଦେଶର ବଭିନ୍ନ ପ୍ରାନ୍ତରୁ ପ୍ରବାସୀଙ୍କୁ ନେଇ ଯନ୍ତ୍ରଣା ଦାୟକ ଭିଡିଓ ଓ ଫଟୋ ଆସିବାରୁ ରେଳ ବିଭାଗ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। ତେବେ ଏଥିରେ ଯାତ୍ରା କରିବା ବେଳେ ବି ପ୍ରବାସୀମାନେ ପ୍ରାଣ ହରାଇବାରେ ଲାଗିଲେଣି।

Corona Death Coronavirus Cases Migrants Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe