Advertisment

୮୨ ଘଣ୍ଟା ପରେ ଉଦ୍ଧାର: ପରିସ୍ରା ପିଇ ବଞ୍ଚିଥିଲେ

କାଠମାଣ୍ଡୁ: ଗତ ଶନିବାର ହୋଇଥିବା ଭୟାବହ ଭୂମିକମ୍ପର ତିନି ଦିନ ପରେ ଗତକାଲି କାଠମାଣ୍ଡୁରେ ଭୁଶୁଡ଼ି ପଡ଼ିଥିବା ଏକ ହୋଟେଲର ଧ୍ୱଂସାବଶେଷ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ରିଷି ଖାନାଲ। ତାଙ୍କ ବୟସ ୨୮। ପ୍ରାୟ ୮୨ ଘଣ୍ଟା ଧରି ସେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରେ ଫସି ରହିଥିଲେ। ବଞ୍ଚିବାର ସମସ୍ତ ଆଶା ସେ ହରାଇ ଦେଇଥିଲେ। ତାଙ୍କ ଓଠ ଫାଟି ଯାଇଥିଲା। ନଖଗୁଡ଼ିକ ଧଳା ହେବା ଆରମ୍ଭ କରି […]

ଅଦ୍ୟତନ ହୋଇଛି
୮୨ ଘଣ୍ଟା ପରେ ଉଦ୍ଧାର: ପରିସ୍ରା ପିଇ ବଞ୍ଚିଥିଲେ

risi

Advertisment

କାଠମାଣ୍ଡୁ: ଗତ ଶନିବାର ହୋଇଥିବା ଭୟାବହ ଭୂମିକମ୍ପର ତିନି ଦିନ ପରେ ଗତକାଲି କାଠମାଣ୍ଡୁରେ ଭୁଶୁଡ଼ି ପଡ଼ିଥିବା ଏକ ହୋଟେଲର ଧ୍ୱଂସାବଶେଷ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ରିଷି ଖାନାଲ। ତାଙ୍କ ବୟସ ୨୮। ପ୍ରାୟ ୮୨ ଘଣ୍ଟା ଧରି ସେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରେ ଫସି ରହିଥିଲେ। ବଞ୍ଚିବାର ସମସ୍ତ ଆଶା ସେ ହରାଇ ଦେଇଥିଲେ। ତାଙ୍କ ଓଠ ଫାଟି ଯାଇଥିଲା। ନଖଗୁଡ଼ିକ ଧଳା ହେବା ଆରମ୍ଭ କରି ଦେଇଥିଲା। ଆଖପାଖରେ ପଡ଼ିରହିଥିଲା ଅନେକ ମୃତଦେହ। ସେଥିରୁ ବାହାରୁଥିଲା ପଚା ଗନ୍ଧ। ଏଭଳି ଭାବେ ସେ ତିନି ଦିନରୁ ଅଧିକ ସମୟ ସେହି ଧ୍ୱଂସାବଶେଷ ମଧ୍ୟରେ ଫସି ରହିଥିବା ବେଳେ ଶୋଷ ହେବାରୁ ନିଜ ପରିସ୍ରା ମଧ୍ୟ ପିଇଥିଲେ। ପରିସ୍ରା ପିଇ ସେ ଜୀବିତ ରହିଥିଲେ ବୋଲି ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି। ତା’ସହିତ ଧ୍ୱଂସାବଶେଷ ମଧ୍ୟରୁ ବାହାରିବା ପାଇଁ ସେ ବହୁତ ଉଦ୍ୟମ କରିଥିଲେ। ବଡ଼ ପାଟି କରି ଡାକ ବି ପକାଇଥିଲେ। ଶେଷରେ ଗତକାଲି ତାଙ୍କୁ ସେହି ଧ୍ୱସ୍ତ ହୋଟେଲ ମଧ୍ୟରୁ ଉଦ୍ଧାର କରିଥିଲେ ଫ୍ରାନ୍ସର ଉଦ୍ଧାରକାରୀ ଦଳ। ଏଥିପାଇଁ ସେମାନଙ୍କୁ ବେଶ୍ କିଛି ଘଣ୍ଟା ଧରି ପରିଶ୍ରମ କରିବାକୁ ପଡ଼ିଥିଲା। ପରେ ରିଷିଙ୍କୁ କାଠମାଣ୍ଡୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସେଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe