Advertisment

୮୯୭୫ଟି ଏନଜିଓର ଲାଇସେନ୍ସ ନାକଚ

ନୂଆଦିଲ୍ଲୀ: ଏନଜିଓଗୁଡିକୁ ଲାଗିଛି ଶକ୍ତ ଧକ୍କା । ଦେଶରେ କାର୍ଯ୍ୟ କରୁଥିବା ୮,୯୭୫ଟି ଏନଜିଓର ଲାଇସେନ୍ସକୁ ନାକଚ କରିଛନ୍ତି କେନ୍ଦ୍ର ସରକାର । ଫରେନ କଣ୍ଟୁ୍ରିବୁ୍ୟସନ ରେଗୁଲେସନ ଆକ୍ଟ-୨୦୧୦ର ଉଲଙ୍ଘନ ଅଭିଯୋଗରେ ଏହି ଏନଜିଓ ଗୁଡିକର ଲାଇସେନ୍ସକୁ କେନ୍ଦ୍ର ସରକାର ନାକଚ କରିଛନ୍ତି ।୨୦୦୯-୧୦, ୨୦୧୦-୧୧ ଏବଂ ୨୦୧୧-୧୨ ମସିହାର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରରେ ଅବହେଳା କରିଥିବା ଅଭିଯୋଗ ୨୦୧୪ ଅକ୍ଟୋବର ୧୬ରେ ୧୦ହଜାର ୩୪୩ଟି ଏନ୍ଜିଓଗୁଡିକୁ ନୋଟିସ ଜାରି କରାଯାଇଥିଲା। ଏକ ମାସ ମଧ୍ୟରେ ସେମାନଙ୍କର ବାର୍ଷିକ […]

ଅଦ୍ୟତନ ହୋଇଛି
୮୯୭୫ଟି ଏନଜିଓର ଲାଇସେନ୍ସ ନାକଚ

NGO Logo

Advertisment

ନୂଆଦିଲ୍ଲୀ: ଏନଜିଓଗୁଡିକୁ ଲାଗିଛି ଶକ୍ତ ଧକ୍କା । ଦେଶରେ କାର୍ଯ୍ୟ କରୁଥିବା ୮,୯୭୫ଟି ଏନଜିଓର ଲାଇସେନ୍ସକୁ ନାକଚ କରିଛନ୍ତି କେନ୍ଦ୍ର ସରକାର । ଫରେନ କଣ୍ଟୁ୍ରିବୁ୍ୟସନ ରେଗୁଲେସନ ଆକ୍ଟ-୨୦୧୦ର ଉଲଙ୍ଘନ ଅଭିଯୋଗରେ ଏହି ଏନଜିଓ ଗୁଡିକର ଲାଇସେନ୍ସକୁ କେନ୍ଦ୍ର ସରକାର ନାକଚ କରିଛନ୍ତି ।୨୦୦୯-୧୦, ୨୦୧୦-୧୧ ଏବଂ ୨୦୧୧-୧୨ ମସିହାର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରରେ ଅବହେଳା କରିଥିବା ଅଭିଯୋଗ ୨୦୧୪ ଅକ୍ଟୋବର ୧୬ରେ ୧୦ହଜାର ୩୪୩ଟି ଏନ୍ଜିଓଗୁଡିକୁ ନୋଟିସ ଜାରି କରାଯାଇଥିଲା। ଏକ ମାସ ମଧ୍ୟରେ ସେମାନଙ୍କର ବାର୍ଷିକ ରିଟର୍ଣ୍ଣ ଦାଖଲ ପାଇଁ ଏହି ଏନଜିଓ ଗୁଡିକୁ ନୋଟିସ ଜାରି କରାଯାଇଥିଲା ।

Advertisment

ତା’ସହ କେତେ ବିଦେଶୀ ଅନୁଦାନ ପାଇଛନ୍ତି, କେଉଁ ଉଦେଶ୍ୟରେ ଅନୁଦାନ ଆସିଛି ଏବଂ କେଉଁ କେଉଁ କ୍ଷେତ୍ରରେ ଏହିସବୁ ଅନୁଦାନକୁ ବିନିଯୋଗ କରାଯାଇଛି ସେ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଦର୍ଶାଯାଇଥିଲା।

ତେବେ ୧୦ହଜାର ୩୪୩ଟି ଏନଜିଓ ମଧ୍ୟରୁ ମାତ୍ର ୨୯୯ଟି ଏନଜିଓ ଏହି ନୋଟିସର ଜବାବ ଦାଖଲ କରିଥିଲେ । ଏହା ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଳକା ଏନଜିଓ ଗୁଡିକର ଲାଇସେନ୍ସକୁ ନାକଚ କରାଯାଇଛି । ଲାଇସେନ୍ସ ବାତିଲ ହୋଇଥିବା ୮ହଜାର ୯ ଶହ ୭୫ଟି ଏନଜିଓ ମଧ୍ୟରୁ ୫୧୦ଟି ଏନଜିଓ ପାଖକୁ ନୋଟିସ ପଠାଯାଇଥିଲେ ମଧ୍ୟ ତାହା ଫେରି ଆସିଥିବା ଜଣାପଡିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe