Advertisment

ଅଭିନେତା ରାଜକୁମାର ଅପହରଣ ମାମଲା: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ଚେନ୍ନାଇ: କନ୍ନଡ ଅଭିନେତା ରାଜକୁମାରଙ୍କ ଅପହରଣ ମାମଲାରେ ଆଜି ତାମିଲନାଡୁର ଗୋବିଛେତିପାଲାୟମ୍‌ କୋର୍ଟ ସମସ୍ତ ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପ୍ରମାଣ କରିବାରେ ବିଫଳ ହେବାରୁ କୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ୨୦୦୦ ମସିହା ଜୁଲାଇ ୩୦ରେ ଅଭିନେତା ରାଜକୁମାରଙ୍କୁ ଜଙ୍ଗଲ ଦସ୍ୟୁ ବିରାପ୍ପାନ୍‌ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ରାଜକୁମାର ଥୋଡାକାନଜୁର ସ୍ଥିତ ଫାର୍ମ ହାଉସ୍‌ରେ ରହୁଥିବା ବେଳେ ବିରାପ୍ପାନ୍‌ ତାଙ୍କୁ ଅପହରଣ କରିଥିଲା। ତେବେ ଦୀର୍ଘ ୧୦୮ ଦିନ […]

ଅଭିନେତା ରାଜକୁମାର ଅପହରଣ ମାମଲା: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

27BG_RAJKUMAR

Advertisment

ଚେନ୍ନାଇ: କନ୍ନଡ ଅଭିନେତା ରାଜକୁମାରଙ୍କ ଅପହରଣ ମାମଲାରେ ଆଜି ତାମିଲନାଡୁର ଗୋବିଛେତିପାଲାୟମ୍‌ କୋର୍ଟ ସମସ୍ତ ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପ୍ରମାଣ କରିବାରେ ବିଫଳ ହେବାରୁ କୋର୍ଟ ଏଭଳି ରୁଲିଂ ଦେଇଛନ୍ତି।

Advertisment

୨୦୦୦ ମସିହା ଜୁଲାଇ ୩୦ରେ ଅଭିନେତା ରାଜକୁମାରଙ୍କୁ ଜଙ୍ଗଲ ଦସ୍ୟୁ ବିରାପ୍ପାନ୍‌ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ରାଜକୁମାର ଥୋଡାକାନଜୁର ସ୍ଥିତ ଫାର୍ମ ହାଉସ୍‌ରେ ରହୁଥିବା ବେଳେ ବିରାପ୍ପାନ୍‌ ତାଙ୍କୁ ଅପହରଣ କରିଥିଲା। ତେବେ ଦୀର୍ଘ ୧୦୮ ଦିନ ପରେ ରାଜକୁମାରଙ୍କୁ ଅପହରଣକାରୀମାନେ ମୁକ୍ତ କରିଥିଲେ।

ପୁଲିସ୍‌ ଏହି ଘଟଣାରେ ବିରାପ୍ପାନ ସମେତ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ୨୦୦୪ରେ ପୁଲିସ୍‌ ଏନ୍‌କାଉଣ୍ଟରରେ ବିରାପ୍ପାନ୍‌ ସହ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment

ଆଜି କୋର୍ଟ ଅନ୍ୟ ୯ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe