Advertisment

ରାଜଧାନୀରେ ଜେଜେ ମା' ବୟସର ମହିଳାଙ୍କ ସହିତ ଅସଦାଚରଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ୯୦ ବର୍ଷୀୟ ବୃଦ୍ଧା ଅସଦାଚରଣର ଶିକାର ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ୩୩ ବର୍ଷ ବୟସ୍କ ବୋଲି ଜଣାପଡ଼ିଛି। ଅସଦାଚାରଣ ନେଇ ବୃଦ୍ଧା ଜଣଙ୍କ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି। ତେଣେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ୱାଲ। ଦିଲ୍ଲୀର ନଜାଫଗଡର ଚାୱଲା ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି। ସୋମବାର ଦିନ, ଜଣେ ୩୩ ବର୍ଷ ବୟସ୍କ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପ୍ରତାରଣା କଲା ପ୍ରେମିକ, ମଲା ଛୁଆ ଜନ୍ମ କଲେ ପ୍ରେମିକା

rape-victim

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ୯୦ ବର୍ଷୀୟ ବୃଦ୍ଧା ଅସଦାଚରଣର ଶିକାର ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ୩୩ ବର୍ଷ ବୟସ୍କ ବୋଲି ଜଣାପଡ଼ିଛି। ଅସଦାଚାରଣ ନେଇ ବୃଦ୍ଧା ଜଣଙ୍କ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି। ତେଣେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ୱାଲ।

Advertisment

ଦିଲ୍ଲୀର ନଜାଫଗଡର ଚାୱଲା ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି। ସୋମବାର ଦିନ, ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତି ୯୦ ବର୍ଷ ବୟସ୍କା ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଗିରଫ ହୋଇଛି। ମଙ୍ଗଳବାର ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ବୃଦ୍ଧାଙ୍କୁ ଭେଟିଥିଲେ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ସ୍ୱାତୀ ମାଲିୱାଲ କହିଛନ୍ତି ଯେ ଜଣେ ୬ ମାସର ଝିଅ ଠାରୁ ୯୦ ବର୍ଷର ବୃଦ୍ଧ ମହିଳାଙ୍କ ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି। ଏହି ବୟସରେ ମହିଳାମାନଙ୍କୁ ଏପରି ହଇରାଣର ସମ୍ମୁଖୀନ ହେବାକୁ ପଡୁଛି। ଅଭିଯୁକ୍ତ ଜଣଙ୍କ ଜେଜେ ମା ବୟସରେ ହେବେ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ। ଯାହା ବି ଘଟିଛି ଏଥିରୁ ପ୍ରମାଣିତ ଅଭିଯୁକ୍ତ ଜଣଙ୍କ ମଣିଷ ନୁହେଁ।

Advertisment

https://twitter.com/VandanaSsingh/status/1303374910769700864

ସେ ଆହୁରି କହିଛନ୍ତି, ଆମ ସମାଜର ସ୍ଥିତି କଣ? ମାନବିକତାର ମୃତ୍ୟୁ ଘଟିଛି। ଯେଉଁଥି ପାଇଁ କେହି ଏଠାରେ ସୁରକ୍ଷିତ ନୁହନ୍ତି। ଯେକୌଣସି ପରିସ୍ଥିତିରେ, ଏହି ମାମଲାରେ ୬ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦିଆଯିବା ଦରକାର।

ସେହିପରି ଦିଲ୍ଲୀ ମହିଳା କମିଶନର ସଦସ୍ୟା ବନ୍ଦନା ସିଂହ ସ୍ୱାତୀଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି କହିଛନ୍ତି, ଯାହା ବି ଘଟିଛି ସେଥିପାଇଁ ଆମ ସମାଜ ଏବଂ ସିଷ୍ଟମ ଦାୟୀ। ବୃଦ୍ଧାଙ୍କ ଆଖିର ଲୁହ ଦେଖି ସହିବା ବହୁତ କଷ୍ଟକର। ହେଲେ ତାଙ୍କ ସାହାସ ପ୍ରଶଂସାଯୋଗ୍ୟ। ଅଭିଯୁକ୍ତକୁ ଫାଶୀ ମିଳିବା ଦରକାର ବୋଲି ବନ୍ଦନା ଦାବି କରିଛନ୍ତି।

Delhi