/odisha-reporter/media/post_attachments/uploads/2020/12/cdd-11.jpg)
cdd-11
ୱାଶିଂଟନ: କରୋନା ଭ୍ୟାକସିନ୍ ନେବାର ମାତ୍ର ୧୭ ମିନିଟ୍ ପରେ କ୍ୟାମେରା ସମ୍ମୁଖରେ ବେହୋସ ହୋଇପଡ଼ିଲେ ଜଣେ କରୋନା ଯୋଦ୍ଧା। ଯୋଦ୍ଧାଜଣକ ଭ୍ୟାକସିନ ନେବାର ଅନୁଭୂତି ବଖାଣୁ ବଖାଣୁ ଅସହଜ ଅନୁଭବ କରିଥିଲେ। ଏହାପରେ ହଠାତ ତଳେ ପଡ଼ି ଅଚେତ ହୋଇଯାଇଥିଲେ। କରୋନା ଭ୍ୟାକସିନର ପ୍ରତିକ୍ରିୟାକୁ ନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ଏପରି ଘଟଣା ଘଟିଯାଇଛି ଯୁକ୍ତରାଷ୍ଟ୍ର ଆମେରିକାରେ।
ବ୍ରିଟେନ ଓ ବାହାରିନ ଫାଇଜର ଟିକାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ଦେବା ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାକୁ ଅନୁମତି ଦିଆଯାଇଛି। ଆମେରିକାର ବିଶେଷଜ୍ଞ ଟିମ୍ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି କ୍ରମରେ ଆମେରିକାରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି।
ଟିଫେନି ଡୋବର ନାମ୍ନୀ ନର୍ସ ମ୍ୟାନେଜର କରୋନା ଯୁଦ୍ଧରେ ସାମିଲ ହୋଇଥିଲେ। ଆମେରିକାର ଟେନେସିସ୍ଥିତ ସିଏଚଆଇ ମେମୋରିଆଲ ହସ୍ପିଟାଲରେ ଟିକା ନେବା ପରେ ସେ ମିଡିଆକୁ ସମ୍ବୋଧନ କରୁଥିଲେ। ଆମ ଟିମ୍ କୋଭିଡ ୟୁନିଟ୍ରେ କାମ କରୁଥିବାରୁ ଆମକୁ ଏହି ଟିକା ନେବାକୁ ପ୍ରଥମେ ସୁଯୋଗ ମିଳିଲା। ଏଥିଲାଗି ଆମେ ବହୁତ ଉତ୍ସାହିତ ଅଛୁ ବୋଲି କହିଥିଲେ ଟିଫେନି।
/odisha-reporter/media/post_attachments/wp-content/uploads/2020/12/yyyy.jpg)
ଏହାପରେ ପ୍ରଥମେ ତାଙ୍କ ମୁଣ୍ଡ ବୁଲାଇବା ଆରମ୍ଭ କଲା। ସେ କ୍ୟାମେରା ସମ୍ମୁଖରେ ନିଜ ଉପରୁ ସନ୍ତୁଳନ ହରାଇ ତଳେ ପଡ଼ିଗଲେ। ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଡାକ୍ତର ଟିଫେନିଙ୍କ ଚିକିତ୍ସା ଆରମ୍ଭ କରିଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି।
ଟିଫେନିଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବାନୁଯାୟୀ, କୋଭିଡ ଟିକା ନେବା ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ଟିଫେନ ଯେତେବେଳେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିଥାନ୍ତି, ସେତେବେଳେ ସେ ବେହୋସ ହୋଇଯାଇଥାନ୍ତି। ସୁସ୍ଥ ହେବା ପରେ ନର୍ସଜଣକ କହିଛନ୍ତି, ଧିରେ ଧିରେ ମୋ ସ୍ୱାସ୍ଥ୍ୟ ଖରାପ ହେବା ପରି ମୋତେ ଲାଗିଲା। କିନ୍ତୁ ଏବେ ମୁଁ ପୂରା ଠିକ୍ ଅଛି। ମୋ ହାତର ଯନ୍ତ୍ରଣା ବି ଠିକ୍ ଅଛି।
ଏ ସମ୍ପର୍କରେ ସେଣ୍ଟର ଫର ଡିସିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବେନଶନ ଅନୁଯାୟୀ, ବିଭିନ୍ନ ପ୍ରକାର ଭ୍ୟାକସିନ ନେବା ବେଳେ ଏପରି ସମସ୍ୟା ଦେଖାଦେଇପାରେ। ମୁଖ୍ୟତଃ ଏହା ଯନ୍ତ୍ରଣା ଅଧିକ ହେଲେ କିମ୍ବା ଅସହଜ ବୋଧ ହେଲେ ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
