Advertisment

ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯେବେ ଅଧା ଖାଇବାରୁ ଉଠି ଯାଇଥିଲେ ଅଟଳ...

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ହେଉଛନ୍ତି ବାଜପେୟୀ। ଆଜି ସେ ଆଉ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ହୀରା ଭଳି ଚକ୍‌ଚକ୍‌ କରୁଛି। ସେ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ବାଜପେୟୀ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିଲେ। ଏଥିପାଇଁ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କୁ ବେଶ୍ ସମ୍ମାନ କରନ୍ତି। ଏମିତିରେ ତ’ ବାଜପେୟୀଙ୍କ ନିଆରା […]

ଅଦ୍ୟତନ ହୋଇଛି
ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯେବେ ଅଧା ଖାଇବାରୁ ଉଠି ଯାଇଥିଲେ ଅଟଳ...

h-777

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ହେଉଛନ୍ତି ବାଜପେୟୀ। ଆଜି ସେ ଆଉ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ହୀରା ଭଳି ଚକ୍‌ଚକ୍‌ କରୁଛି।

Advertisment

ସେ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ବାଜପେୟୀ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିଲେ। ଏଥିପାଇଁ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କୁ ବେଶ୍ ସମ୍ମାନ କରନ୍ତି। ଏମିତିରେ ତ’ ବାଜପେୟୀଙ୍କ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଅନେକ କାହାଣୀ ରହିଛି। ତେବେ ତାଙ୍କ ରାଜନୈତିକ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା  ଶୁଣିଲେ ଆପଣ ବି କହିବେ ‘ବାଜପେୟୀ ୟୁ ଆର୍ ଗ୍ରେଟ୍‌’।

ବିଜେପି ନେତା ଲାଲଜୀ ଟଣ୍ଡନଙ୍କ ଅନୁଭବର କଥାଟିଏ ସମସ୍ତଙ୍କ ସହ ବାଣ୍ଟିଛନ୍ତି।

୧୯୯୨ ମସିହା। ସେତେବେଳେରାମ ଜନ୍ମଭୂମିକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥାଏ। ସେତେବେଳେ ବାଜପେୟୀ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ସାଂସଦ ଥାଆନ୍ତି। ସେ ତାଙ୍କ ଲକ୍ଷ୍ନୌ ସ୍ଥିତ ବାସ ଭବନରେ ମଧ୍ୟାହ୍ନ ଭୋଜନ କରୁଥାନ୍ତି। ସେତେବେଳେ ହଠାତ୍‌ ଲକ୍ଷ୍ନୌର ତତ୍କାଳୀନ ଜିଲ୍ଲାପାଳ ଓ ରାଜ୍ୟପାଳ ମୋତିଲାଲ୍ ଭୋରାଙ୍କ ଉପଦେଷ୍ଟା ଭୟଭୀତ ଅବସ୍ଥାରେ ବାଜପେୟୀଙ୍କ ବାସଭବନରେ ପହଞ୍ଚିଥିଲେ। ବାଜପେୟୀଙ୍କ ସହ ସାକ୍ଷାତ କରିବାକୁ ଲାଲଜୀ ଟଣ୍ଡନଙ୍କୁ ସେମାନେ ଅନୁରୋଧ କରିଥିଲେ।

Advertisment

ବାଜପେୟୀ ଭୋଜନ କରିସାରିଲେ ଆପଣ ସାକ୍ଷାତ କରିପାରିବେ ବୋଲି ଟଣ୍ଡନ ଉତ୍ତର ଦେଇଥିଲେ। କିନ୍ତୁ ସେମାନେ ଅତି ଜରୁରୀ କାମ ଅଛି କହି ତୁରନ୍ତ କବାଟ ଖୋଲି ଭିତରକୁ  ପଶିଗଲେ। ସେମାନଙ୍କୁ ଦେଖି ବାଜପେୟୀ ହସ ହସ ମୁହଁରେ କହିଥିଲେ "ଡିଏମ୍‌ ସାହେବ୍, ମୋ ପାଖକୁ କେମିତି ଆସିବା ହେଲା? କିଛି ବିଶେଷ କାମ ଅଛି କି ?

ଜିଲ୍ଲାପାଳ ବାଜପେୟୀଙ୍କୁ ସମସ୍ତ ଘଟଣା କହିଥିଲେ।

"ଏୟାରପୋର୍ଟରେ ଜଣେ ଯୁବକ ବିମାନକୁ ଅପହରଣ କରିଛି। ସେ ବୋମାରେ ବିମାନ ଉଡ଼ାଇ ଦେବାକୁ ଧମକ ବି ଦେଇଛି। ଯାତ୍ରୀଙ୍କ ଜୀବନ ବଦଳରେ ସେ ଆପଣଙ୍କୁ ଭେଟିବାକୁ ଚାହୁଁଛି। ଆପଣ ସେଠାକୁ ଗଲେ ସେ ଯାତ୍ରୀଙ୍କୁ ଛାଡ଼ି ଦେବ ବୋଲି କହୁଛି। ଏହି ମୁହୂର୍ତ୍ତରେ ଯଦି ଆପଣ ଆମ ସହ ଚାଲନ୍ତି ତେବେ ହୁଏତ ଯାତ୍ରୀଙ୍କ ଜୀବନ ରାକ୍ଷା ପାଇଯାନ୍ତା।"

ଏକଥା ଶୁଣିବା ମାତ୍ରେ ଅଧାରୁ ଖାଇବା ଛାଡ଼ି ବାଜପେୟୀ ତୁରନ୍ତ ସେମାନଙ୍କ ସାଙ୍ଗରେ ବାହାରି ପଡ଼ିଲେ। ଲାଲଜୀଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ବାଜପେୟୀଙ୍କୁ ସେହି ଉଦ୍‌ଭ୍ରାନ୍ତ ଯୁବକ ପାଖକୁ ଯିବାକୁ ବାରଣ କଲେ। କିନ୍ତୁ କାହା କଥା ନ ଶୁଣି ବାଜପେୟୀ ସେହି ଯୁବକକୁ ଦେଖା କରିବାକୁ ବାହାରି ପଡ଼ିଲେ। ସେଠାରେ ପହଞ୍ଚିବା ମାତ୍ରେ ଯୁବକ ଜଣକ ବାଜପେୟୀଙ୍କ ପାଦ ଛୁଇଁ ପ୍ରଣାମ କଲେ। ଆଉ ସେତିକି ବେଳେ ଯୁବକଙ୍କୁ କାବୁ କରିନେଲା ପୋଲିସ।

ଏହାପରେ ଯୁବକ ଜଣକ କହିଥିଲେ ‘ମୋ ପାଖରେ କୌଣସି ବମ୍‌ ନାହିଁ। ରାମ ଜନ୍ମଭୂମି ନେଇ ଦେଶରେ ମାତିଥିବା ଅଶାନ୍ତି ବିଷୟରେ ବାଜପେୟୀଙ୍କୁ ଜଣାଇବା ପାଇଁ ମୁଁ ଏପରି କରିଛି’।

ସେଦିନ ସେଇ ଯୁବକ ବାଜପେୟୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା। କିନ୍ତୁ ନିଜ ଜୀବନକୁ ଖାତିର ନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ବାଜପେୟୀ ଯେଉଁ ମହାନ କାର୍ଯ୍ୟ କରିଥିଲେ ତାହା ଆଜିର ବଡ଼ ବଡ଼ ନେତାମାନେ କରିବେ କି ନାହିଁ ସନ୍ଦେହ। ଆଜିର ରାଜନୀତିରେ ଅଟଳଙ୍କ ବିହାରୀଙ୍କ ଭଳି ଉଦାରବାଦୀ ଦରଦୀ  ନେତାଟିଏ ମିଳିବା ଦୂରୁହ ବ୍ୟାପାର ନିଶ୍ଚିତ। ଏହି କାହାଣୀ ଶୁଣି ମସସ୍ତେ କହିବେ, ସତରେ ଅଟଳଜୀ ଆପଣ ଖୁବ୍‌ ମହାନ!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe