Advertisment

ବନ୍ୟା ପାଣିରେ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଛାତ୍ରୀ

ପାଟଣା: ବିହାରରେ ବନ୍ୟା ବିତ୍ପାତ ଲୋକଙ୍କ ପାଇଁ ଦୁର୍ଗତି ଆଣିଦେଇଛି। ରାସ୍ତାଘାଟ, ଘରଦ୍ୱାର ସବୁ ଆଡ଼େ ପାଣି ଜମିଥିବାରୁ ସେଠାକାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେବେ ଏଭଳି ଦୁର୍ଦ୍ଦଶାକୁ ଫଟୋ ସେସନ୍ ସୁଯୋଗ ଭାବେ ଉପଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଫ୍ୟାଶନ୍ ଡିଜାଇନିଂ ଛାତ୍ରୀ। ପାଟଣାର ବନ୍ୟା ପ୍ଲାବିତ ରାସ୍ତାରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଅଦିତି ସିଂହ। ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ୍ ଡିଜାଇନିଂର ଛାତ୍ରୀ। ତାଙ୍କ […]

ବନ୍ୟା ପାଣିରେ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଛାତ୍ରୀ

flood

Advertisment

ପାଟଣା: ବିହାରରେ ବନ୍ୟା ବିତ୍ପାତ ଲୋକଙ୍କ ପାଇଁ ଦୁର୍ଗତି ଆଣିଦେଇଛି। ରାସ୍ତାଘାଟ, ଘରଦ୍ୱାର ସବୁ ଆଡ଼େ ପାଣି ଜମିଥିବାରୁ ସେଠାକାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେବେ ଏଭଳି ଦୁର୍ଦ୍ଦଶାକୁ ଫଟୋ ସେସନ୍ ସୁଯୋଗ ଭାବେ ଉପଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି ଫ୍ୟାଶନ୍ ଡିଜାଇନିଂ ଛାତ୍ରୀ।

Advertisment

ପାଟଣାର ବନ୍ୟା ପ୍ଲାବିତ ରାସ୍ତାରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଅଦିତି ସିଂହ। ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ୍ ଡିଜାଇନିଂର ଛାତ୍ରୀ। ତାଙ୍କ ବନ୍ୟା ସମୟର ଫଟୋ ଉଠାଇଛନ୍ତି ଫ୍ୟାଶନ୍ ଫଟୋଗ୍ରାଫର ସୌରଭ ଅନୁରାଜ। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ସୋଶାଲ୍ ମିଡିଆରେ କିଛି ଲୋକ ଏହାର ପ୍ରଶଂସା କରୁଥିବାବେଳେ କିଛି ଲୋକ ନିନ୍ଦା କରୁଛନ୍ତି।

ସୌରଭ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଏହି ଫଟୋଗୁଡ଼ିକୁ ଶେଆର କରି ଲେଖିଛନ୍ତି ଯେ ଅନ୍ୟ ରାଜ୍ୟରେ ବନ୍ୟା ହେଲେ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ହେଲେ ବିହାରର ବନ୍ୟା ବୀଭିଷିକର ଉପରେ କେହି ହେଲେ ଧ୍ୟାନ ଦେଉନାହାଁନ୍ତି। ତେଣୁ ପାଟଣାର ବନ୍ୟା ସମୟର ଦୁରବସ୍ଥାକୁ ଲୋକଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହି ଫଟୋଶୁଟ୍ ଏକ ପ୍ରୟାସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe