ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଏଯାଏଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦେଶ ପଠାଇ ନାହିଁ ବୋଲି କହିଛନ୍ତି ଯୋଗେନ୍ଦ୍ର ଯାଦବ । ସେ କହିଛନ୍ତି ଯେ ତାଙ୍କୁ ଆପରୁ ବହିଷ୍କାର କରାଯିବା ନେଇ ହୋଇଥିବା ଘୋଷଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଛି । ତେବେ ଏଯାବତ ଆପ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ କୌଣସି ପ୍ରକାର ଲିଖିତ ନିର୍ଦେଶ ଦିଆଯାଇନାହିଁ ।
ଏପ୍ରିଲ ୨୦ ତାରିଖରେ ଯୋଗେନ୍ଦ୍ରଙ୍କ ସହିତ ପ୍ରଶାନ୍ତ ଭୂଷଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆପରୁ ବହିଷ୍କାର କରାଯାଇଥିଲା । ଏହି ଦୁଇ ନେତାଙ୍କ ସହିତ ଅଜିତ ଝା ଓ ଆନନ୍ଦ କୁମାରଙ୍କୁ ବି ଦଳରୁ ବହିଷ୍କାର କରି ଦେଇଛି ଆପ୍ ।
ଦିଲ୍ଲୀ ବିଧାନସଭା ଜିତିବାର ପ୍ରାୟ ୧୫ ଦିନ ପରେ ଆପରେ ଆରମ୍ଭ ହୋଇଯାଇଥିଲା ଅନ୍ତଃକନ୍ଦଳ । ଉଭୟ ଯୋଗେନ୍ଦ୍ର ଓ ପ୍ରଶାନ୍ତ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକଛତ୍ରବାଦୀ ଭାବେ ଅଭିହିତ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କଂଗ୍ରେସ ପାଇଁ ସଂଗଠନ ଚାଲେଞ୍ଜ
କଂଗ୍ରେସ ଏବେ ଠାରୁ କେଉଁ ରାସ୍ତାରେ ଯିବ ସେଥିପାଇଁ ଗୁଜୁରାଟ ଅଧିବେଶନର ବାର୍ତ୍ତା ଭାବରେ ନ୍ୟାୟପଥ: ସଂକଳ୍ପ, ସମର୍ପଣ ଓ ସଂଘର୍ଷ ରଖାଯାଇଛି। ଆଉ ରାଜ୍ୟ ମୁଖ୍ୟଙ୍କ ଉପରେ ପୂରା ଦାୟିତ୍ୱ ନଦେଇ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ଷମତାଶାଳୀ କରିବା ଦିଗରେ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହେବା କଂଗ୍ରେସକୁ କେତେଦୂର ବଂଚାଇବ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ।

National
ଏକାଠି ହେବେ ହାତୀ ଓ ଡ୍ରାଗନ! ଭାରତ ଶରଣକୁ କାହିଁକି ଆସିଲା ଚାଇନା?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ।

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

National
ୱାକଫ ଆଇନକୁ କାହିଁକି ଲାଗୁ କରିବନି ପଶ୍ଚିମବଙ୍ଗ?
ରାଜ୍ୟରେ ୱାକଫ ଆଇନ ଲାଗୁ ହେବ ନାହିଁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ବେଙ୍ଗଲ ସରକାର କରିବେ ବୋଲି ମମତା କହିଛନ୍ତି।

National
ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!
ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।