Advertisment

'ମୋତେ ବଳପୂର୍ବକ ଅଟକା ଯାଇଥିଲା, ମୋତେ ଦୁଷ୍କର୍ମ କରିଥାନ୍ତେ...'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କର ଏକ ଅଡିଓ ମେସେଜ୍ ଭାଇରାଲ୍ ହେଉଛି, ଯାହାର ଲିଙ୍କ୍ ବିହାର ନିର୍ବାଚନ ସହିତ ଅଛି। ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି। ଏହାପରେ ଏଜ ଜାତୀୟ ଗଣମାଧ୍ୟମକୁ ନିଜର ଇଣ୍ଟର୍ଭ୍ୟୁ ଦେବା ବେଳେ ଅମିଷା କିଛି ଚକିତ କରିଦେଲା ଭଳି ଖୁଲାସା କରିଛନ୍ତି। ଅମିଷା କହିଛନ୍ତି, “ମୁଁ କେବଳ ଏତିକି […]

author-image
Pragnya Choudhury
'ମୋତେ ବଳପୂର୍ବକ ଅଟକା ଯାଇଥିଲା, ମୋତେ ଦୁଷ୍କର୍ମ କରିଥାନ୍ତେ...'

ameesha

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କର ଏକ ଅଡିଓ ମେସେଜ୍ ଭାଇରାଲ୍ ହେଉଛି, ଯାହାର ଲିଙ୍କ୍ ବିହାର ନିର୍ବାଚନ ସହିତ ଅଛି। ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି। ଏହାପରେ ଏଜ ଜାତୀୟ ଗଣମାଧ୍ୟମକୁ ନିଜର ଇଣ୍ଟର୍ଭ୍ୟୁ ଦେବା ବେଳେ ଅମିଷା କିଛି ଚକିତ କରିଦେଲା ଭଳି ଖୁଲାସା କରିଛନ୍ତି।

Advertisment

ଅମିଷା କହିଛନ୍ତି, "ମୁଁ କେବଳ ଏତିକି କହିପାରିବି ଯେ, ଜଣେ ଅତିଥି ହିସାବରେ ମୁଁ ଡା. ପ୍ରକାଶ ଚନ୍ଦ୍ରାଙ୍କ କ୍ୟାମ୍ପେନରେ ଯୋଗଦେଇଥିଲି। ସେ ବହୁତ ଭୟଙ୍କର ମଣିଷ। ସେ ଲୋକମାନଙ୍କୁ ବ୍ଲାକମେଲ୍ କରନ୍ତି ଏବଂ ଧମକାଇ ଥାଆନ୍ତି। ସେ ମୋତେ ଆଉ ମୋ ଟିମକୁ ମଧ୍ୟ ବହୁତ ଖରାପ ବ୍ୟବହାର କରିବା ସହ ଧମକ ଦେଇଛନ୍ତି। ଏପରି କି ଗତ କାଲି ଯେତେବେଳେ ମୁଁ ମୁମ୍ବାଇ ଫେରୁଥିଲି, ସେତେବେଳେ ସେ ମୋତେ ଫୋନରେ ଧମକ ଦେବାସହ ମେସେଜ ମଧ୍ୟ କରିଛନ୍ତି।"

SPOTTED: Ameesha Patel at Kromakey Salon in Juhu - Bollywood Hungama

ଅମିଷା ପୁଣି କହିଛନ୍ତି, ପାଟନାରେ ପ୍ରକାଶ ଚନ୍ଦ୍ରାଙ୍କ ସହ 3 ଘଣ୍ଟା ନିର୍ବାଚନୀ ପ୍ରଚାର କରିବାକୁ ତାଙ୍କୁ ଧମକ ଦିଆଯାଇଥିଲା। ସେହି ଦିନ ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ପ୍ରକାଶ ଚନ୍ଦ୍ରା ତାଙ୍କୁ ଅଟକାଇଦେଇଥିଲେ। ବାଧ୍ୟ କରି ତାଙ୍କୁ ଗୋଟିଏ ଗାଁରେ ରଖାଯାଇଥିଲା। ଏପରି କି ଅମିଷାଙ୍କୁ ଧମକ ଦେଇ କୁହାଯାଇଥିଲା ଯେ, ଯଦି ସେ ତାଙ୍କ କଥା ନ ମାନନ୍ତି, ତାଙ୍କୁ ସେହି ଗାଁରେ ଛାଡ଼ି ସମସ୍ତେ ପଳାଇବେ।

Advertisment

ଅମିଷାଙ୍କୁ ବଳପୂର୍ବକ ଅଟକ ରଖାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନ ବିପଦରେ ଥିଲା। ସେ ଏପରି କାମ କରନ୍ତି ବୋଲି ଲୋକ ଜାଣିବା ଆବଶ୍ୟକ। ସେ ବ୍ଲାକମେଲ୍ କରନ୍ତି ଏବଂ ମୋ ଜୀବନ ବଞ୍ଚାଇବାକୁ ମୁଁ ସେମାନଙ୍କ ସବୁ କଥା ମାନିଥିଲି। ଯେଉଁଠି ତାଙ୍କୁ ରଖାଯାଇଥିଲା,ସେ ଗାଁ ପାଟନା ସହରଠାରୁ ତିନି ଘଣ୍ଟା ଦୂରରେ ଥିବା ସେ କହିଛନ୍ତି। ପ୍ରକାଶ ଚନ୍ଦ୍ରା ଓ ତାଙ୍କ ଗୁଣ୍ଡାମାନଙ୍କ କଥା ମାନିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ତାଙ୍କ ସହ ଦୁଷ୍କର୍ମ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ତାଙ୍କ ଗାଡ଼ିକୁ ସବୁବେଳେ ଲୋକମାନେ ଘେରିକି ରଖିଥିଲେ। ଅମିଷା ବୁଝିସାରିଥିଲେ ଯେ, ତାଙ୍କର ହତ୍ୟା ବି ହୋଇପାରେ। ଏଣୁ ସେ ସେମାନଙ୍କ ସବୁ କଥା ମାନି ଚାଲିଥିଲେ ବୋଲି କହିଛନ୍ତି।

Bihar Election Ameesha Patel