Advertisment

ଟିଏମସି ଛାଡ଼ିବାର ସଙ୍କେତ ଦେଲେ ସାଂସଦ ଶତାବ୍ଦୀ ରୟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ବଦଳ ରାଜନୀତି ସେତିକି ତୀବ୍ର ହେବାରେ ଲାଗିଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ବିଜେପିର ୫ରୁ ୭ ଜଣ ସାଂସଦ ମେ’ ମାସ ସୁଦ୍ଧା ଦଳ ଛାଡ଼ିବେ ବୋଲି ଦାବି କରିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ କହିଥିଲେ ଯେ ଆଗାମୀ କିଛି ମାସ ମଧ୍ୟରେ ୫୦ ଜଣ ଟିଏମସି ବିଧାୟକ ପଦ୍ମ ଧରିବେ। ଏସବୁ […]

author-image
Hemant Lenka
ଟିଏମସି ଛାଡ଼ିବାର ସଙ୍କେତ ଦେଲେ ସାଂସଦ ଶତାବ୍ଦୀ ରୟ

fe

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ବଦଳ ରାଜନୀତି ସେତିକି ତୀବ୍ର ହେବାରେ ଲାଗିଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ବିଜେପିର ୫ରୁ ୭ ଜଣ ସାଂସଦ ମେ’ ମାସ ସୁଦ୍ଧା ଦଳ ଛାଡ଼ିବେ ବୋଲି ଦାବି କରିଥିଲେ।

Advertisment

ଏହାକୁ କାଉଣ୍ଟର କରିବା ପାଇଁ ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ କହିଥିଲେ ଯେ ଆଗାମୀ କିଛି ମାସ ମଧ୍ୟରେ ୫୦ ଜଣ ଟିଏମସି ବିଧାୟକ ପଦ୍ମ ଧରିବେ। ଏସବୁ ଭିତରେ ଟିଏମସି ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରୟ ଦଳ ଛାଡ଼ିବାର ସଙ୍କେତ ଦେଇଛନ୍ତି।

ସେ ଗୋଟିଏ ଫେସବୁକ ପୋଷ୍ଟରେ କହିଛନ୍ତି, “ଯଦି ମୁଁ କୌଣସି ନିଷ୍ପତ୍ତି ନିଏ, ତା’ହେଲେ ଏକଥା ମୁଁ ୧୬ ଜାନୁଆରୀ ଦିନ ୨ଟା ବେଳକୁ ଆପଣଙ୍କୁ ଜଣାଇବି।” ତେବେ ଶତାବ୍ଦୀ ଏଠାରେ କେଉଁ ନିଷ୍ପତ୍ତି ନେବା କଥା କହିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାଜନୀତିକ ପଣ୍ଡିତଙ୍କ ମତରେ ଏଭଳି ପୋଷ୍ଟ କରି ଶତାବ୍ଦୀ ଦଳ ଛାଡ଼ିବାର ସଙ୍କେତ ଦେଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୦୯ରୁ ବୀରଭୂମରୁ ସାଂସଦ ହୋଇ ଆସିଥିବା ଶିତାବ୍ଦୀ ରୟଙ୍କ ନିଜ ଫେସବୁକ ଆକାଉଣ୍ଟରେ ନୁହେଁ, ବରଂ ତାଙ୍କ ଫ୍ୟାନ କ୍ଲବ ଫେସବୁକ ପେଜ୍‌ରେ ଏଭଳି ଲେଖା ପୋଷ୍ଟ ହୋଇଛି।