Advertisment

‘ଈଶ୍ୱର ଦଣ୍ଡ ଦେଲେ, ଉଜୁଡ଼ିଗଲା ଭଗବାନଙ୍କ ରାଜ୍ୟ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ରାଜ୍ୟ କୁହାଯାଉଥିବା କେରଳ ତା’ର ଶ୍ରୀ ହରାଇଛି। ପ୍ରଳୟଙ୍କରୀ ବନ୍ୟାରେ ସବୁ ସରିଯାଇଛି। ଦେଶ ତଥା ଦେଶ ବାହାରୁ କେରଳକୁ ଛୁଟିଛି ସହାୟତାର ସୁଅ। ସେଲିବ୍ରେଟିମାନେ ମଧ୍ୟ କେରଳର ଏହି ଦୁର୍ଦ୍ଦଶା ପାଇଁ ସୋଶାଲ ମିଡ଼ିଆରେ ନିଜ ମତ ରଖୁଛନ୍ତି। ଦୁଃଖ ପ୍ରକାଶ କରୁଛନ୍ତି। ୧୦ ଦିନ କାଳ ଅନବରତ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଦେଖାଦେଲା ବୋଲି ପ୍ରଶାସନ କହୁଥିବା ବେଳେ, ଏକ ଅଖାଡୁଆ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର […]

‘ଈଶ୍ୱର ଦଣ୍ଡ ଦେଲେ, ଉଜୁଡ଼ିଗଲା ଭଗବାନଙ୍କ ରାଜ୍ୟ’

go-hatya

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଈଶ୍ୱରଙ୍କ ରାଜ୍ୟ କୁହାଯାଉଥିବା କେରଳ ତା’ର ଶ୍ରୀ ହରାଇଛି। ପ୍ରଳୟଙ୍କରୀ ବନ୍ୟାରେ ସବୁ ସରିଯାଇଛି। ଦେଶ ତଥା ଦେଶ ବାହାରୁ କେରଳକୁ ଛୁଟିଛି ସହାୟତାର ସୁଅ। ସେଲିବ୍ରେଟିମାନେ ମଧ୍ୟ କେରଳର ଏହି ଦୁର୍ଦ୍ଦଶା ପାଇଁ ସୋଶାଲ ମିଡ଼ିଆରେ ନିଜ ମତ ରଖୁଛନ୍ତି। ଦୁଃଖ ପ୍ରକାଶ କରୁଛନ୍ତି।

Advertisment

୧୦ ଦିନ କାଳ ଅନବରତ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଦେଖାଦେଲା ବୋଲି ପ୍ରଶାସନ କହୁଥିବା ବେଳେ, ଏକ ଅଖାଡୁଆ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ପାୟଲ ରହତୋଗୀ।

ପାୟଲ ନିଜ ଟୁଇଟର୍‌ ଆକାଉଣ୍ଟରେ ବନ୍ୟାକୁ ‘ଈଶ୍ୱରଙ୍କ କୋପ’ ବୋଲି ଦର୍ଶାଇଛନ୍ତି। ସେ ଲେଖିଛନ୍ତି- କେରଳ ଏ ପର୍ଯ୍ୟନ୍ତ ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇ ନାହିଁ। ଯାହାକି ଗୋ-ମାତାଙ୍କ ପ୍ରତି ଘୋର ଅପମାନ। ଏହି କାରଣରୁ ହିଁ ଈଶ୍ୱର କୋପ କଲେ, ଆଉ କେରଳର ସୌନ୍ଦର୍ଯ୍ୟ ଉଜୁଡ଼ିଗଲା।

Advertisment

ପାୟଲ ନିଜ ଟୁଇଟ୍‌ରେ ସିଧାସଳଖ ଲେଖିଛନ୍ତି- “ପ୍ରିୟ କେରଳବାସୀ ଓ ରାଜନେତା, ହିନ୍ଦୁମାନଙ୍କ ଭାବନାକୁ କୁଠାରାଘାତ କରିବା ଆଦୌ ଠିକ୍‌ ନୁହେଁ। ଯଦି ଆପଣ ଏ ସବୁ ଖୋଲାଖୋଲି ଭାବେ କରୁଛନ୍ତି, ତା ହେଲେ ଆପଣଙ୍କୁ ଖରାପ ଲାଗିବା କଥା। ହେଲେ ଈଶ୍ୱର ଆପଣଙ୍କ ଉପରେ ବିପଦର ବୃଷ୍ଟି କଲେ। ଭଗବାନ ଏକ। ତେଣୁ ଆପଣ କାହାର ଭାବନାକୁ ଏମିତି ଆଘାତ ପହଞ୍ଚାଇ ପାରିବେ ନାହିଁ।”

ପାୟଲ ତାଙ୍କର ଏହି ଟୁଇଟ୍ ପାଇଁ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି। ଟୁଇଟରରେ ତାଙ୍କୁ ବହୁ ଲୋକ ଟ୍ରୋଲ୍ କରି ତାଙ୍କର ଏହି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ କଡା ଭାଷାରେ ଗାଳି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe