/odisha-reporter/media/post_attachments/uploads/2015/12/terrorism-guy.jpg)
terrorist
କାବୁଲ: ଆଫଗାନିସ୍ତାନର ଲୋଗାର ପ୍ରଦେଶର ଏକ କୋର୍ଟରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଜଣେ ବରିଷ୍ଟ ବିଚାରପତିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ଆଜି ଦିନ ପ୍ରାୟ ୧୧ଟାରେ ଫିଲ୍-ଇ-ଆଲମ୍ ସହରରେ ଥିବା ଏକ କୋର୍ଟରେ ହୋଇଥିଲା।
Advertisment
ଦୁଇଜଣ ଆତ୍ମଘାତୀ କୋର୍ଟ ପରିସରକୁ ପ୍ରବେଶ କରି ବିସ୍ଫୋରଣ କରିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
