/odisha-reporter/media/post_attachments/uploads/2015/06/pak-taliban-reuters.jpg)
pak-taliban-reuters
କାନ୍ଦାହାର: ଆଫଗାନିସ୍ଥାନର ଦକ୍ଷିଣ ହେଲମଲ୍ୟାଣ୍ଡ ପ୍ରଦେଶରେ ତାଲିବାନୀ ଆତଙ୍କବାଦୀ ମାନେ ଏକ ପୋଲିସ୍ ଚୌକି ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ୨୦ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତାଲିବାନୀ ଆତଙ୍କବାଦୀ ସଂଘଠନ ନିଜକୁ ଦାୟୀ କରିଛି।
Advertisment
ଶୁକ୍ରବାର ବିଳମ୍ବିତ ରାତିରେ ମୁଷା କ୍ୱାଲା ଜିଲ୍ଲାରେ ତାଲିବାନୀ ମାନେ ଏହି ପୋଲିସ ଚୌକି ଉପରକୁ ଆକ୍ରମଣ କରିଥିଲେ। ସେନା ଓ ପୋଲିସ ପକ୍ଷରୁ ମଧ୍ୟ ତାଲିବାନୀ ଉପରକୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ତାଲିବାନୀଙ୍କ ପକ୍ଷରୁ ବହୁ ମୃତାହତ ହୋଇଥିବା ସନ୍ଦେହ କରାଯାଉଛି। ଏହି ଗୁଳି ବିନିମୟ ଶନିବାର ସକାଳ ଯାଏ ଚାଲିଥିଲା।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରୁ ତାଲିବାନୀ ଆତଙ୍କବାଦୀ ମାନେ ପୋଲିସ ଚୌକିଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଗତମାସରେ ତାଲିବାନୀଙ୍କ ଆକ୍ରମଣରେ ହେଲମଲ୍ୟାଣ୍ଡର ନୂତନ ଜାଦ୍ ଜିଲ୍ଲାରେ ୧୯ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
