ସେନାରେ ଶର୍ଟ ଟର୍ମ ନିଯୁକ୍ତି; ଭର୍ତ୍ତି ହେବେ ୪୫ ହଜାର ‘ଅଗ୍ନିବୀର’

ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି। ଏଥର ଆରମ୍ଭ ହୋଇଛି ‘ଅଗ୍ନିପଥ’ ଯୋଜନା। ଏହି ଯୋଜନାରେ ନିଯୁକ୍ତ ସୈନ୍ୟ ‘ଅଗ୍ନିବୀର’ ନାମରେ ତିନି ବାହିନୀରେ ଭର୍ତ୍ତି ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ‘ଅଗ୍ନିପଥ ସ୍କିମ’ର ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ସୁଯୋଗ ଦେବ ‘ଅଗ୍ନିପଥ’ ସ୍କିମ। ଏଥିରେ ଯୁବତୀମାନେ ବି ସାମିଲ […]

soldier

soldier

Niharika Rout
  • Published: Tuesday, 14 June 2022
  • Updated: 15 June 2022, 11:35 AM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି। ଏଥର ଆରମ୍ଭ ହୋଇଛି ‘ଅଗ୍ନିପଥ’ ଯୋଜନା। ଏହି ଯୋଜନାରେ ନିଯୁକ୍ତ ସୈନ୍ୟ ‘ଅଗ୍ନିବୀର’ ନାମରେ ତିନି ବାହିନୀରେ ଭର୍ତ୍ତି ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ‘ଅଗ୍ନିପଥ ସ୍କିମ’ର ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ସୁଯୋଗ ଦେବ ‘ଅଗ୍ନିପଥ’ ସ୍କିମ। ଏଥିରେ ଯୁବତୀମାନେ ବି ସାମିଲ ହୋଇପାରିବେ।

ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବା ଯୁବବର୍ଗ ‘ଅଗ୍ନିପଥ’ ଯୋଜନା ଜରିଆରେ ଶର୍ଟ ଟର୍ମ ପାଇଁ ସେନାରେ ଭର୍ତ୍ତି ହୋଇପାରିବେ। ସେମାନେ ଦେଶର ସଶସ୍ତ୍ର ବାହିନୀକୁ ସୁଦୃଢ କରିବେ, ଦେଶବାସୀଙ୍କୁ ସୁରକ୍ଷା ଯୋଗାଇବେ।  ‘ଅଗ୍ନିବୀର’ଙ୍କ ନିମନ୍ତେ ଭଲ ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ଏହାଦ୍ୱାରା ଦେଶରେ ରୋଜଗାର ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ ରାଜନାଥ ସିଂହ।

‘ଅଗ୍ନିବୀର’ଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ତିନି ବାହିନୀଠାରୁ ପୃଥକ ହେବ। ସେମାନଙ୍କ ଚାକିରି ଅବଧି ସମୁଦାୟ ୪ ବର୍ଷ ରହିବ। ଏହା ମଧ୍ୟରେ ୬ ମାସର ପ୍ରଶିକ୍ଷଣ ସମୟ ମଧ୍ୟ ରହିବ। ୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ। ଏଥିନିମନ୍ତେ ଆଉ ଥରେ ସେମାନଙ୍କର ସ୍କ୍ରିନିଂ କରାଯିବ। ବାକି ୭୫%ଙ୍କୁ ପ୍ୟାକେଜ ସହ ସେବା ନିବୃତ କରାଯିବ, ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ।  ମାତ୍ର ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ।

[caption id="attachment_741651" align="aligncenter" width="650"]AGNIPATH ଅଗ୍ନିପଥର ହୋର୍ଡିଂ ।[/caption]

ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି କାର୍ଯ୍ୟ କରିବାର ସୁଯୋଗ ପାଇବେ। ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ। ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ। ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ।

ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ମିଳିବ। ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରି କରିପାରିବେ।

ଏହି ଯୋଜନା ଦ୍ୱାରା ଦେଶର ଯୁବପିଢ଼ିଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇ ଦେଶର ସଶସ୍ତ୍ର ବଳକୁ ଅଧିକ ଶକ୍ତିଶାଳୀ କରାଯାଇ ପାରିବ। ଏହି ଟ୍ରେନିଂ ସମୟରେ ହାସଲ କରିଥିବା ଦକ୍ଷତା, ଅନୁଭବ, ସ୍କିଲ୍‌କୁ ଉପଯୋଗ କରି ଯୁବ ପିଢ଼ି ନିଜ ଜୀବନରେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ମନ୍ତ୍ରୀ। ଏହି ଯୋଜନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବବର୍ଗ ମାନସିକ ଓ ଶାରୀରିକ ଭାବେ ଫିଟ୍‌ ହେବା ଆବଶ୍ୟକ। ବିଭିନ୍ନ ଦେଶର ସେନାକୁ ଷ୍ଟଡି କରିବା ପରେ ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ଏପରି ସ୍କିମ୍‌ ବାହାର କରାଯାଇଛି।

ଏହାପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଭାରତ ଶାନ୍ତିରେ ବିଶ୍ୱାସ ରଖେ। ଯୁଦ୍ଧ ଆରମ୍ଭ କରିବା ଆମ ପ୍ରକୃତି ନୁହଁ। ହେଲେ ଭବିଷ୍ୟତରେ ଯୁଦ୍ଧ ଦେଖାଦେଲେ, ଏହାର ମୁକାବିଲା ନିମନ୍ତେ ଆମକୁ ଏବେଠୁ ପୂରା ପ୍ରସ୍ତୁତ ରହିବାକୁ ପଡ଼ିବ। ଏଥିନିମନ୍ତେ ଦେଶର ସଶସ୍ତ୍ର ବଳ ଓ ନାଗରିକ ପ୍ରଶାସନ ମଧ୍ୟରେ ଉତ୍ତମ ତାଳମେଳ ରହିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story