Advertisment

ଅଗ୍ନିପଥ ଯୋଜନା ଏକ ଧୋକା : ମେଘାଳୟ ରାଜ୍ୟପାଳ

ଭାଗପତ(ଉତ୍ତରପ୍ରଦେଶ) କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସେନା ଆଶାୟୀଙ୍କ ପାଇଁ ଅଗ୍ନିପଥ ଯୋଜନା ଏକ ଧୋକା। ସେନାରେ ୪ ବର୍ଷ କାମ କରିବା ପରେ ମଧ୍ୟ ଏଥିରେ ପେନ୍‌ସନ୍‌ ଯୋଜନା ନାହିଁ। ଏଭଳି ସ୍ଥିତିରେ ଏହି ଯବାନମାନଙ୍କୁ କେହି ବାହା ହେବାକୁ ରାଜି ହେବେ ନାହିଁ। ତେଣୁ ୪ ବର୍ଷିଆ ଚୁକ୍ତି ଭିତ୍ତିକ ଏହି ନିଯୁକ୍ତି ସ୍କିମର ପୁନର୍ବିଚାର ପାଇଁ ସେ […]

ଅଦ୍ୟତନ ହୋଇଛି
ଚାଷୀଙ୍କ ପାଇଁ ମୋଦିଙ୍କ ସହ ଝଗଡ଼ା କରିଥିଲେ ରାଜ୍ୟପାଳ!

satya

Advertisment

ଭାଗପତ(ଉତ୍ତରପ୍ରଦେଶ) କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସେନା ଆଶାୟୀଙ୍କ ପାଇଁ ଅଗ୍ନିପଥ ଯୋଜନା ଏକ ଧୋକା। ସେନାରେ ୪ ବର୍ଷ କାମ କରିବା ପରେ ମଧ୍ୟ ଏଥିରେ ପେନ୍‌ସନ୍‌ ଯୋଜନା ନାହିଁ। ଏଭଳି ସ୍ଥିତିରେ ଏହି ଯବାନମାନଙ୍କୁ କେହି ବାହା ହେବାକୁ ରାଜି ହେବେ ନାହିଁ। ତେଣୁ ୪ ବର୍ଷିଆ ଚୁକ୍ତି ଭିତ୍ତିକ ଏହି ନିଯୁକ୍ତି ସ୍କିମର ପୁନର୍ବିଚାର ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଭବିଷ୍ୟତର ଯବାନମାନେ ୬ ମାସ ତାଲିମ ନେବେ। ସେମାନଙ୍କୁ ୬ ମାସ ଛୁଟି ମିଳିବ। ଆଉ ବାକି ୩ ବର୍ଷ ଚାକିରି କରିବେ। ସେମାନଙ୍କର ଏହି ୪ ବର୍ଷ କାର୍ଯ୍ୟକାଳ ଯେତେବଳେ ସରିଯିବ ସେମାନେ ଘରକୁ ଫେରିଲେ ବିବାହ ପ୍ରସ୍ତାବ ମିଳିବା କଷ୍ଟକର ହୋଇଯିବ। ଯୁବପିଢ଼ିଙ୍କ ସ୍ୱପ୍ନ ଓ ‌ଆଶା ସହ ଏହା ଧୋକା ବୋଲି ସେ କହିଛନ୍ତି।

Advertisment

ଭାଗପତର ବାସିନ୍ଦା ସତ୍ୟପାଲ ଏବେ ମେଘାଳୟର ରାଜ୍ୟପାଳ ଅଛନ୍ତି। ନିଜ ବନ୍ଧୁ ଗଜେନ୍ଦ୍ର ସିଂଙ୍କ ମୃତ୍ୟୁ ଖବର ପାଇ ସେ ଖେକ୍ରା ଗାଁକୁ ଯାଇଥିଲେ। ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ  ପୂର୍ବରୁ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସ୍ୱର ଉଠାଇଥିବା ବେଳେ ଏବେ ଦେଶର ଯୁବକଙ୍କ ଭବିଷ୍ୟତ କଥା କହୁଛି ବୋଲି କହିଛନ୍ତି।

ଯଦି ତାଙ୍କ ଏପରି ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେବେ କି ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ରାଜ୍ୟପାଳ କହିଥିଲେ, ମୁଁ ଏ ପର୍ଯ୍ୟନ୍ତ ସେପରି କିଛି ଜାଲରେ ଫସିନାହିଁ।  ଯିଏ ମୋତେ ରାଜ୍ୟପାଳ ଆସନରେ ବସାଇଛନ୍ତି, ଯଦି ସେ କହିବେ ତେବେ ତୁରନ୍ତ  ଇସ୍ତଫା ଦେଇଦେବି। ଅବସର ପରେ ରାଜନୀତି କରିବାର ଇଚ୍ଛା ଅଛି କି ବୋଲି  ପ୍ରଶ୍ନ ପଚରାଯିବାରୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବାର ଇଚ୍ଛା ନାହିଁ। ମୁଁ ଚାଷୀ ଏବଂ ଯୁବକମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଥିଲେ। ଗ୍ନି

Advertisment
Agneepath Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe