/odisha-reporter/media/post_attachments/uploads/2016/01/Air-India-flight.jpg)
AirIndiaflight
ଭୋପାଳ: ଦିଲ୍ଲୀରୁ ଭୋପାଳ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଟାୟାର ବୁଧବାର ସକାଳେ ଫାଟି ଯାଇଥିଲା। ଭୋପାଳରେ ଅବତରଣ କଲା ବେଳେ ବିମାନଟିର ଟାୟାର ଫାଟି ଯାଇଥିଲା। ତେବେ ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ୯୫ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Advertisment
ଟାୟାର ଫାଟିବାର କାରଣ ଜଣାପଡ଼ି ନାହିଁ। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାଞ୍ଚ କଲା ପରେ ଯାଇ ଟାୟାର ଫାଟିବାର କାରଣ ସଂପର୍କରେ ଜଣାପଡ଼ିବ।
ଏହି ଘଟଣା ପରେ ଭୋପାଳରୁ ଉଡ଼ାଣ ଭରିବାକୁ ଥିବା ୧୩ଟି ବିମାନକୁ ରଦ୍ଦ କରି ଦିଆଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
