Advertisment

ବୁଲି ବାହାରିଥିଲେ, ମଝି ଆକାଶରେ ଚାଲିଗଲା ଜୀବନ

ବାରଣାସୀ: ବ୍ୟାଙ୍କକ୍‌ରୁ ନୂଆଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀ ମଝି ଆକାଶରେ ହିଁ ହୃଦଘାତର ଶିକାର ହୋଇଛନ୍ତି। ବିମାନ କର୍ତ୍ତୃପକ୍ଷ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ହେଁ ବ୍ୟକ୍ତି ଜଣଙ୍କର ବିମାନ ଭିତରେ ହିଁ ମୃତ୍ୟୁ ଘଟିଥିଲା। ଫଳରେ ବିମାନଟିକୁ ବାରଣାସୀରେ ଜରୁରୀ ଅବତରଣ କରାଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଥାଇଲ୍ୟାଣ୍ଡର ବୋଲି ଜଣାପଡ଼ିଛି। ସ୍ପାଇସ୍‌ଜେଟ୍‌ର ଏକ ବିମାନ ୧୮୯ ଜଣ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକ୍‌ରୁ ସକାଳ ୭.୪୦ରେ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୨୨ […]

ବୁଲି ବାହାରିଥିଲେ, ମଝି ଆକାଶରେ ଚାଲିଗଲା ଜୀବନ

s

Advertisment

ବାରଣାସୀ: ବ୍ୟାଙ୍କକ୍‌ରୁ ନୂଆଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀ ମଝି ଆକାଶରେ ହିଁ ହୃଦଘାତର ଶିକାର ହୋଇଛନ୍ତି। ବିମାନ କର୍ତ୍ତୃପକ୍ଷ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ହେଁ ବ୍ୟକ୍ତି ଜଣଙ୍କର ବିମାନ ଭିତରେ ହିଁ ମୃତ୍ୟୁ ଘଟିଥିଲା। ଫଳରେ ବିମାନଟିକୁ ବାରଣାସୀରେ ଜରୁରୀ ଅବତରଣ କରାଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଥାଇଲ୍ୟାଣ୍ଡର ବୋଲି ଜଣାପଡ଼ିଛି।

Advertisment

ସ୍ପାଇସ୍‌ଜେଟ୍‌ର ଏକ ବିମାନ ୧୮୯ ଜଣ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକ୍‌ରୁ ସକାଳ ୭.୪୦ରେ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୨୨ ଜଣ ଥାଇ ପର୍ଯ୍ୟଟକ ରହିଥିଲେ। ତେବେ ଏମାନଙ୍କ ମଧ୍ୟରେ ଥିବା ୫୩ ବର୍ଷୀୟ ପର୍ଯ୍ୟଟକ ଅଟାବୋଟ୍‌ ଥୁନ୍‌ଗୋସରନ୍‌ ହଠାତ୍‌ ମଝି ଆକାଶରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ବିମାନଟିର ଜରୁରୀ ଅବତରଣ ପାଇଁ ପାଇଲଟ୍‌ ଦୀର୍ଘ ସମୟଧରି ଚେଷ୍ଟା କରିବା ପରେ ଶେଷରେ ବାରଣାସୀରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇଥିଲେ।
ବିମାନଟି ଅବତରଣ କରିବା ପରେ ଅଟାବୋଟ୍‌ଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଟାବୋଟ୍‌ଙ୍କ ସହ ତାଙ୍କ ପତ୍ନୀ, ଭଉଣୀ ଓ ଅନ୍ୟ ୭ ଜଣ ସଦସ୍ୟ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe